Jai Odisha
News

ରୁଷରୁ ତୈଳ କ୍ରୟ ଜାରି ରଖିବ ଭାରତ

ନୂଆଦିଲ୍ଲୀ, ୦୯/୧୧: ଦୁଇଦିନିଆ  ମସ୍କୋ ଗସ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶ । ୟୁକ୍ରେନ ଯୁଦ୍ଧ ପରଠାରୁ ଏହା ତାଙ୍କର ପ୍ରଥମ ରୁଷ ଗସ୍ତ। ୟୁକ୍ରେନ-ରୁଷ ଯୁଦ୍ଧ ରୋକିବା ସହ ଉଭୟ ପକ୍ଷକୁ ଆଲୋଚନା ଟେବୁଲକୁ ଡାକିବାରେ ଭାରତ ଶାନ୍ତିଦୂତର ଭୂମିକା ନିଭାଇବା ଆଶାରେ ଆମେରିକା ସମେତ ସାରା ବିଶ୍ବର ନଜର ଜୟଶଙ୍କରଙ୍କ ଉପରେ ରହିଛି। ସୋମବାର ସନ୍ଧ୍ୟାରେ ରୁଷରେ ପହଞ୍ଚିବାପରେ ମଙ୍ଗଳବାର ଜୟଶଙ୍କର ରୁଷ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ଭେଟିଛନ୍ତି। ଏହି ଅବସରରେ ଜୟଶଙ୍କର କୋଭିଡ ମହାମାରୀ, ବାଣିଜ୍ୟ କାରବାରରେ ସମସ୍ୟା ଯୋଗୁ ବିଶ୍ବ ଅର୍ଥନୀତି ଉପରେ ପଡ଼ୁଥିବା ପ୍ରଭାବ ଉପରେ ଆଲୋଚନା କକରିଥିଲେ। ରୁଷ ସହ ଭାରତର ସମ୍ପର୍କ ସ୍ଥିର, ସ୍ବତନ୍ତ୍ର ଏବଂ ସମୟ ପରୀକ୍ଷିତ। ବହୁ ଧ୍ରୁବୀୟ ବୈଶିକ ସ୍ଥିତିରେ ଉଭୟ ଦେଶ ପରସ୍ପର ସହ ଜଡ଼ିତ ବୋଲି ବୋଲି ସେ କହିଥିଲେ। ରୁଷରୁ ଅଶୋଧିତ ତୈଳ କ୍ରୟକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ଟାର୍ଗେଟ କରୁଥିବାବେଳେ ଜୟଶଙ୍କର କହିଛନ୍ତି, ଯେ ତୈଳ ଯୋଗାଣକୁ ନେଇ ଏବେ ଶକ୍ତି ବଜାରରେ ସଙ୍କଟ ଦେଖାଦେଇଛି। କିନ୍ତୁ ବିଶ୍ବର ତୃତୀୟ ସର୍ବାଧିକ ତୈଳ ଏବଂ ଗ୍ୟାସ ବ୍ୟବହାରକାରୀ ଦେଶ ଭାବେ ଆମର ମୌଳିକ ଦାୟିତ୍ବ ହେଉଛି। ଆନ୍ତର୍ଜାତୀୟ ବଜାରରେ ସବୁଠାରୁ ଲାଭଦାୟକ ସର୍ତ୍ତରେ ଭାରତୀୟମାନେ ଯେପରି ସର୍ବୋତ୍ତମ ଡିଲକୁ ଉପଭୋଗ କରିପାରିବେ ତାହା ସୁନିଶ୍ଚିତ କରାଇବା। ଏହା ଭାରତର ସ୍ବାର୍ଥରେ ଏବଂ ଭାରତ ରୁଷରୁ ତୈଳ କ୍ରୟ ଜାରି ରଖିବ ବୋଲି ସେ କହିଥିଲେ। ୟୁକ୍ରେନ ଯୁଦ୍ଧର ଫଳାଫଳକୁ ଦୃଷ୍ଟିରେ ରଖି ଉଭୟ କିଏଭ ଏବଂ ମସ୍କୋ କୂଟନୈତିକ ରାସ୍ତା ଆପଣାଇବା ସହ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଆଗଭର ହୁଅନ୍ତୁ ବୋଲି ଜୟଶଙ୍କର ପରାମର୍ଶ ଦେଇଥିଲେ। ଏଥିସହ ଉଭୟ ନେତା ଅନ୍ୟ ଦ୍ବିପାକ୍ଷିକ ପ୍ରସଙ୍ଗ, ଆଞ୍ଚଳିକ ତଥା  ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିଥିଲେ। ନଭେମ୍ବର ୧୫ -୧୬ରେ ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାବେଳେ ଜୟଶଙ୍କରଙ୍କ ରୁଷ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି। ଯୁକ୍ରେନ ଯୁଦ୍ଧ ପରଠାରୁ ପ୍ରଥମ କରି ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ ରୁଷ ରାଷ୍ଟ୍ରପତି ଭ୍ବାଦିମିର ପୁଟିନ ଓ ଅନ୍ୟ ପାଶ୍ଚାତ୍ୟ ନେତାମାନେ ଏହି ମଞ୍ଚରେ ଏକାଠି ହେବେ।

Leave A Reply

Your email address will not be published.