Jai Odisha
News

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ,ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ ୦୪/୦୩: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୯ମ ଦିନ ।  ଶକ୍ତିଶାଳୀ ରୁଷ ଲଗାତାର ଭାବେ ୟୁକ୍ରେନକୁ ନଷ୍ଟ କରିବାରେ ଲାଗିଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ ।   ୟୁକ୍ରେନର ରାଜଧାନୀ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ ହୋଇଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ଗୁରୁବାର ଦିନ ପୋଲାଣ୍ଡର ରେଜୋ ବିମାନବନ୍ଦରରେ ଏହି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.