Jai Odisha
News

ରୁଷ ସେନାର ଆକ୍ରମଣରେ ମେୟରଙ୍କ ମୃତ୍ୟୁ

କିଭ ୦୭/୦୩ : ଋଷ- ୟୁକ୍ରେନ୍ ଯୁଦ୍ଧ ଆଜି ୧୨ଦିନରେ ପହଞ୍ଚିଛି   ।   ଋଷ ୟୁକ୍ରେନ୍ ଉପରେ ବାରମ୍ବାର ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍ ମଧ୍ୟ ଋଷକୁ କଡା ଜବାବ୍ ଦେଉଛି ।ଋଷର ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ୟୁକ୍ରେନର ହୋଷ୍ଟୋମେଲର ମେୟର ୟୁରୀ ପ୍ରିଲିପ୍‌କୋ  ନିହତ ହୋଇଛନ୍ତି । ତେବେ ଏହି ଭୟଙ୍କର ଗୁଳି ବିନିମୟରେ ମେୟର ପ୍ରାଣ ହରାଇଛନ୍ତି ।   ମେୟରଙ୍କ ମୃତ୍ୟୁ ପରେ ସହରରେ ଉତ୍ତେଜନା ଦେଖାଦେଇଛି । ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତର ଭାବରେ ଆକ୍ରମଣ ଜାରି ରହିଛି । ରୁଷ ସେନା କିଭ୍ କୁ ଚାରି ପଟରୁ ଘେରି ହୋଇ ରହିଛନ୍ତି ଓ ବୋମାମାଡ଼-ମିସାଇଲ୍-ରକେଡ୍ ମାଡ଼ ଜାରି ରଖିଛନ୍ତି । ଏହା ଭିତରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବାରେ ଲାଗିଛି । ଏପରି ସ୍ଥଳେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କଲେୱା ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ବିଶାଳକାୟ ବମ୍ ର ଫଟୋ ସେୟାର୍ କରିଛନ୍ତି ଓ କହିଛନ୍ତି ଯେ, ଏହିଭଳି ବମ୍ ତାଙ୍କ ଦେଶର ଲୋକମାନଙ୍କର ଜୀବନ ନେଉଛି । ଏହା ସହିତ ୟୁକ୍ରେନକୁ ଲଢ଼ୁଆ ବିମାନ ଦେବାକୁ ବି ଅପିଲ୍ କରିଛନ୍ତି ।
 

 

Leave A Reply

Your email address will not be published.