Jai Odisha
News

ରେକର୍ଡ ବର୍ଷା କଲେ ଗିଲ୍‌ :ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କଲା ଭାରତ

ଅହମ୍ମଦାବାଦ,୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନରେ ପରାସ୍ତ କରିଛି। ଟି-୨୦ରେ ନ୍ୟୁଜିଲାଣ୍ଡ ଉପରେ ଟିମ ଇଣ୍ଡିଆର ଏହା ହେଉଛି ସବୁଠାରୁ ବଡ ବିଜୟ। ଏହି ବିଜୟରେ ଶୁବମନ ଗିଲଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ସେ ୬୩ଟି ବଲରେ ୧୨୬ ରନ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୧୨ ଚୌକା ଓ ୭ ଛକା ମାରିଥିଲେ। ଶୁବମନଙ୍କ ଷ୍ଟ୍ରାଇକ ରେଟ୍‌ ୨୦୦ ଥିଲା। ନ୍ୟୁଜିଲାଣ୍ଡର ୯ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲା ବେଳେ ୪ ଜଣ ଖାତା ଖୋଲି ପାରି ନଥିଲେ। ଦଳ ପାଇଁ ଡାରୀ ମିଚେଲ୍ ୨୫ ବଲ୍ ଖେଳି ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିଲେ। ଭାରତ ପାଇଁ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୪ଟି ଉଇକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ, ଉମ୍ରାନ୍ ମଲିକ ଏବଂ ଶିଭମ ମାଭି ଦୁଇଟି ଲେଖାଏଁ ଉଇକେଟ୍ ପାଇଥିଲ। ଏହାପୂର୍ବରୁ ଶୁଭମନ୍ ଗିଲ୍‌ଙ୍କ ଧୂଆଁଧାର ଶତକ ବଳରେ ଭାରତ ନ୍ୟୁଜିଲାଣ୍ଡ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଗିଲ୍‌ଙ୍କ ବ୍ୟତିତ ରାହୁଲ ତ୍ରିପାଠୀ ମଧ୍ୟ ୨୨ ବଲ୍‌ରେ ୪୪ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ। ତାଙ୍କ ପରେ ସୂର୍ଯ୍ୟକୁମାର ଯାଦବ ୧୨ ବଲ୍‌ରେ ୨୪ ଏବଂ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧୭ ବଲ୍‌ରୁ ୩୦ ରନ୍ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ପାଇଁ ମିଚେଲ୍ ବ୍ରାସବେଲ୍‌, ବ୍ଲେୟାର ଟିକନର୍, ଇଶ ସୋଢି ଏବଂ ଡାରୀ ମିଚେଲ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

 

Leave A Reply

Your email address will not be published.