Jai Odisha
News

ରେପୋ ରେଟ୍‌‌ରେ 0.25 ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,,୮।୨ :  ବଢିଲା ରେପୋ ରେଟ୍‌‌। ଲଗାତାର ଷଷ୍ଠଥର ପାଇଁ ବଢିଲା ରେପୋ ରେଟ୍‌‌। ଆରବିଆଇ ରେପୋ ରେଟ୍‌‌କୁ ୦.୨୫ ପ୍ରତିଶତ ବୃଦ୍ଧି କରିଛି। ରେପୋ ରେଟ୍‌‌ ୬.୨୫% ରୁ ବୃଦ୍ଧି ହୋଇ ୬.୫୦% ହୋଇଛି। ରେପୋ ରେଟ୍‌‌ ବଢିବାରୁ ଗୃହ ଋଣ ଇଏମଆଇ ମଧ୍ୟ ବୃଦ୍ଧି ହେଲା। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ ଯୋଗେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।  ରିଜର୍ଭ ବ୍ୟାଙ୍କ ଦ୍ବାରା ବୃଦ୍ଧି କାରଣରୁ ହୋମ ଲୋନ ଗୁଡିକରେ ଇଏମଆଇ  ବୃଦ୍ଧି ପାଇବ ।ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଛି। ଆରବିଆଇ ରେପୋ ହାରକୁ ୦.୨୫ ପ୍ରତିଶତ ବୃଦ୍ଧି କରିଛି। କେନ୍ଦ୍ରୀୟ ବ୍ୟାଙ୍କ କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍‌‌ ବୃଦ୍ଧି କରିଛି। ରେପୋ ରେଟ୍‌‌ ୬.୨୫% ରୁ ୬.୫୦% କୁ ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଆରବିଆଇର ଏମପିସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତିନି ଦିନ ଧରି ଚାଲିଥିଲା। ଏହା ପରେ ଶକ୍ତିକାନ୍ତ ଦାସ ବୈଠକର ସୂଚନା ଏବଂ ଏହି ସମୟ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ପାଇଁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବା ସମୟରେ କହିଥିଲେ।

 

Leave A Reply

Your email address will not be published.