Jai Odisha
News

ରେଲୱେ ଷ୍ଟେସନରୁ ୧୬ କୋଟି ଟଙ୍କାର ସୁନା ଜବତ ଘଟଣାରେ ୯୬ ଲକ୍ଷ ଟଙ୍କା ଫାଇନ୍

ଭୁବନେଶ୍ଵର, ୦୩/୦୩ : ମୁମ୍ଵାଇରୁ କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ନେଇ ଜିଆର୍‌ପିକୁ ସୂଚନା ମିଳିଥିଲା ।ଭୁବନେଶ୍ଵର ରେଲୱେ ଷ୍ଟେସନରୁ ୩୨ କେ.ଜି ସୁନା ଜବତ ଘଟଣା। ଜିଏସଟି ଫାଙ୍କିବା ଓ ଟ୍ୟାକ୍ସ ବାବଦକୁ ୯୬ ଲକ୍ଷ ଟଙ୍କା ଫାଇନ୍ ଆଦାୟ କଲା ଜିଏସଟି। ଜବତ ସୁନାକୁ ସିଲ୍ କରାଯାଇ ଟ୍ରେଜରି ଅଫିସକୁ ହସ୍ତାନ୍ତର କରାଯାଇଛି। ଏହା ସହ ଜବତ ହୋଇଥିବା ସୁନା ବାବଦରେ ସଠିକ୍ ତଥ୍ୟ ଦେବାକୁ ଅଟକ ହୋଇଥିବା ୪ ଅଭିଯୁକ୍ତ ଓ ମାଲିକଙ୍କୁ ସମନ କରିଛି ଜିଏସଟି।ଏହି ଚଢାଉରେ ଜିଆର୍‌ପିକୁ ୪ଟି ବ୍ୟାଗ୍‌ରୁ ପାଖାପାଖି ୩୨ କେଜି ସୁନା ଜବତ ହୋଇଥିଲା । ଯାହାର ଦାମ ପ୍ରାୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

 

 

Leave A Reply

Your email address will not be published.