Jai Odisha
News

ରେଳ ଚଳାଚଳ ଉପରେ ଘନ କୁହୁଡିର ପ୍ରଭାବ : ଉତ୍ତର ଭାରତରେ ଟ୍ରେନ ଚଳାଚଳ ସାମସ୍ୟା

ନୂଆଦିଲ୍ଲୀ : ଘନ କୁହୁଡି ଯୋଗୁଁ ରେଳ ଚଳାଚଳ ଉପରେ ପ୍ରଭାବ ପକାଇଛି . ଉତ୍ତର ଭାରତରେ ଅନେକ ସ୍ଥାନରେ କୁହୁଡି ପରିମାଣ ଅଧିକ ହେବା ଫଳରେ ପଞ୍ଜାବ, ହରିୟାଣା, ପଶ୍ଚିମ ରାଜସ୍ଥାନ, ଦିଲ୍ଲୀ ଆଦି ସ୍ଥାନରେ ଅନେକ ଟ୍ରେନ ଚଳାଚଳ ବିଳମ୍ବ ହୋଇଛି. ଏଥିପାଇଁ ଦିଲ୍ଲୀକୁ ଯାତ୍ରା କରୁଥିବା ପ୍ରାୟ 18 ଟି ଟ୍ରେନ ପାଖାପାଖି 6 ଘଣ୍ଟା ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି. ଭୋର ସମୟରେ ଯେଉଁ ସ୍ଥିତି ଥିଲା ସକାଳ 9 ଟା ପରେ ଅନେକ ସୁଧାର ଆସିଥିବା ଆଇଏମଡି ପକ୍ଷରୁ କୁହାଯାଇଛି. ଦିନେ କିମ୍ବା ଦୁଇ ଦିନ ଘନ କୁହୁଡିର ଆସ୍ତରଣ ଏହି ଭଳି ପାଞ୍ଚ ଦିନ ଧରି ଜାରି ରହିଛି ଏବଂ ଏମିତି କିଛି ଜାଗାରେ ସର୍ବନିମ୍ନ ତାପମାତ୍ରା 4° ସେଲସିୟସ ରହୁଥିବା କୁହାଯାଉଛି. ବିହାର ଏବଂ ଉତ୍ତର ପ୍ରଦେଶର ପୂର୍ବ ଭାଗରେ କୁହୁଡିର ପରିମାଣ ପୂର୍ବାପେକ୍ଷା କମିଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ଏହା ଜାରି ରହିଥିବା ସୂଚନା ମିଳିଛି. 

Leave A Reply

Your email address will not be published.