Jai Odisha
News

ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ : ତଦନ୍ତ କରୁଛି ପୋଲିସ

ଓଡିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଛି । ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କ ମୃତଦେହ ବାହାରେ ପକାଯାଇଛି । ତେବେ ଏହା ଦୁର୍ଘଟଣା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ମୃତଦେହ ଦେଖିବା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି ।

ଟ୍ରାକରେ ପଡ଼ିଥିବା ମୃତଦେହ ମଧ୍ୟରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁ ରହିଛନ୍ତି । ମୃତଦେହକୁ ଅନେକ ଖଣ୍ଡରେ ବିଭକ୍ତ କରାଯାଇଛି । ରେଲୱେ ଟ୍ରାକରେ ପଡ଼ିଥିବା ମୃତଦେହରେ ଜଣେ ୮ ମାସର ଶିଶୁ, ଜଣେ ଅଢେଇ ବର୍ଷର ଝିଅ ଶବ ମଧ୍ୟ ରହିଛି । ୧୫ ମିଟର ଦୂରରେ ଜଣେ ମହିଳାଙ୍କ ମୃତଶରୀର ମଧ୍ୟ ରହିଛି । ଯାହାର ହାତ ଓ ଗୋଡ଼ ବନ୍ଧା ଯାଇଥିଲା ଏବଂ ତାଙ୍କ ଶରୀରକୁ ଦୁଇ ଭାଗରେ କାଟି ଦିଆଯାଇଥିଲା । ଜଣେ ଯୁବକଙ୍କ ମୃତଦେହ ମଧ୍ୟ ପଡିରହଛି । ଯାହାର ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଘଟଣାର ଅନୁସନ୍ଧାନ ପାଇଁ ଫୋରେନସିକ୍ ଟିମ୍ ଡକାଯାଇଥିବା କୁହାଯାଉଛି ।

Leave A Reply

Your email address will not be published.