Jai Odisha
News

ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମା ବ୍ଲକରେ ଭୂସ୍ଖଳନ

ଗଜପତି, ୧୭/୦୭: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ଜାଙ୍ଗିଡିତୁଲ୍ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।   ରବିବାର ରାତି ତମାମ ଲଗାଣ ବର୍ଷା ଯୋଗୁଁ ଗୁମା ବ୍ଳକର କିଛି ପାହାଡିଆ ଅଞ୍ଚଳରେ ଭୁସ୍କଳନ ହୋଇଥିବା ଜଣାପଡିଛି ।  ବିଳମ୍ବିତ ରାତିରେ କଳକୋଟ ପଞ୍ଚାୟତର ଜାଙ୍ଗିର ତୁଲ ଗ୍ରାମ ପାହାଡରୁ ଝରଣା ପାଣି ଖୁବ ଜୋରରେ ମାଡି ଆସିଥିଲା । ଫଳରେ ଗାଁରେ ପାଣି ପଶି ରାସ୍ତା ଧୋଇ ହୋଇଯିବା ସହ ମାଟି ଅତଡା ଧସିଥିଲା । ଏଥିରେ ଗୋଟିଏ ଘର ଏବଂ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୁଚନା ରହିଛି । ପ୍ରବଳ ବର୍ଷା ଯାଗୁ  ଗାଁ ନିକଟସ୍ଥ ପାହାଡ ଧସି ମାଟି ଅତଡା ଖସି ଗାଁରେ ପଶି ଥିଲା। ଫଳରେ ଗାଁରେ ପାଣିର ସୁଅ ଛୁଟିବା ସହ ମାଟି ଅତଡ଼ା ଖସି ଗୋଟିଏ ଘର ଭାଙ୍ଗି ଯାଇଛି। ଖବର ଲେଖାଯିବା ସୁଦ୍ଧା ଏବେ ବି ଗାଁରେ ପାଣିର ସୁଅ ଚାଲିଛି। ଖବର ପାଇ ପ୍ରଶାସନିକ ଅଧିକାରୀ,ପୋଲିସ୍ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବର୍ତ୍ତମାନ ଏହି ଗାଁରୁ ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତାରେ ପାଣିର ସୁଅ ଚାଲିଥିବା ବେଳେ ମାଟି ଜମି ରହିଛି। ଫଳରେ ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଥମେ ଏହାକୁ ସଫା କରିବା ପରେ ଏଠାକାର ଲୋକଙ୍କୁ ଉଦ୍ଧାର କରାଯାଇ ସୋନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

 

Leave A Reply

Your email address will not be published.