Jai Odisha
News

ଲଜରେ ୮୦ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ,୧୬/୦୯: ବଲାଙ୍ଗୀର  ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଲଜ୍ ଉପରେ ପୋଲିସ ଚଢ଼ାଉ  କରି  ୮୦ ଲକ୍ଷ ଟଙ୍କା ଜବତ କରିବା ସହ  ୭ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।  କରିଛି।  ଚଢାଉ ବେଳେ ଲଜ୍‌ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏ ଦାଦନ ଚାଲାଣ ପାଇଁ ଏହି ୭ ଜଣ ଆସିଥିବା ସନ୍ଦେହ କରାଯାଉଛି। ଏମାନେ ଦାଦନ ସର୍ଦ୍ଦାର କିମ୍ବା ଇଟାଭାଟି ମାଲିକ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଅଚାନକ କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢ଼ାଉ କରିଥିଲା। ରେଡ୍‌ ବେଳେ ଲଜ୍‌ରେ ଥିବା ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ଆଣିଥିଲା। ପୋଲିସ୍‌ ଏମାନଙ୍କୁ ପଚରାଉଚରା ଚଳାଇଛି।  ଏହାସହ ୮୦ ଲକ୍ଷ ଟଙ୍କା ପୋଲିସ୍‌ ଜବତ କରିଥିଲା।ଏନେଇ କଣ୍ଟାବାଞ୍ଜି ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଏହି ଅଂଚଳରୁ ହଜାର ହଜାର ସଂଖ୍ୟାରେ  ଦାଦନ ଚାଲାଣ ଆରମ୍ଭ ହୋଇଥିବା ବେଳେ ବହିନା ଦେବା ପାଇଁ ଆସିଥିବା ସନ୍ଦେହ କରାଯାଇଛି । ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜଣାପଡିଛି ।

Leave A Reply

Your email address will not be published.