Jai Odisha
News

ଲଞ୍ଚ ହେଲା ଦେଶର ପ୍ରଥମ ଘରୋଇ ରକେଟ୍

ନୂଆଦିଲ୍ଲୀ ,୧୮/୧୧: ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଐତିହାସିକ ଦିନ । ଦେଶର ପ୍ରଥମ ପ୍ରାଇଭେଟ ରକେଟ୍ ‘ବିକ୍ରମ-ଏସ୍’କୁ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ଦିନ ସାଢ଼େ ୧୧ରେ ଷ୍ଟାର୍ଟଅପ୍ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଏହି ଲଞ୍ଚିଂ କରାଯାଇଛି ।ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ଏହି ରକେଟ ଲଞ୍ଚ କରିଛି । ଏହାଦ୍ୱାରା ଭବିଷ୍ୟତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହାୟତାରେ ଅଧିକରୁ ଅଧିକ ସାଟେଲାଇଟ ଲଞ୍ଚ କରିବା ସମ୍ଭବ ହେବ । ଅନ୍ତରୀକ୍ଷ କ୍ଷେତ୍ରରେ ଏହା ହେଉଛି ଦେଶର ପ୍ରଥମ ଘରୋଇ କ୍ଷେତ୍ରର ପ୍ରବେଶ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ବାରା ମହାକାଶ ଉଦ୍ୟୋଗ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ଅନୁମତି ଦିଆଯିବ ପରେ ସ୍କାଏରୁଟ୍ ଏରୋସ୍ପେସ ପ୍ରଥମ କମ୍ପାନୀ ଭାବେ ଏହି ସଫଳତା ହାସଲ କରିଛି । ଭାରତର ମହାକାଶ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମାନୁସାରେ ଏହି ରକେଟର ନାମକରଣ କରାଯାଇଛି । ଆଜିର ଏହି ମିଶନର ନାମ ରଖାଯାଇଥିଲା ପ୍ରାରମ୍ଭ । ରକେଟ ବିକ୍ରମ-ଏସ୍ ତିନିଟି ସାଟେଲାଇଟ ନେଇ ମହାକାଶକୁ ଯାଇଛି । ଯାହା ମଧ୍ୟରୁ ଦୁଇଟି ଘରୋଇ ଓ ଗୋଟିଏ ବିଦେଶୀ ସାଟେଲାଇଟ ରହିଛି ।

 

Leave A Reply

Your email address will not be published.