Jai Odisha
News

ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୮/ ୦୯: ତିନି ଦିନିଆ ଗସ୍ତରେ ଯାଇ  ବ୍ରିଟେନ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।     ରବିବାର ଭୋର୍‌ ୫ଟା ବେଳେ (ଲଣ୍ଡନ ସମୟ ସେପ୍ଟେମ୍ବର ୧୭ ସନ୍ଧ୍ୟା) ଲଣ୍ଡନରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ମୁର୍ମୁ ରାଣୀଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅର୍ଥାତ ସୋମବାର ଲଣ୍ଡନର ଓ୍ବେଷ୍ଟମିନଷ୍ଟେର ସ୍ଥିତ ଆବେରେ କୁଇନ୍‌ ଏଲିଜାବେଥ୍‌ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବାକୁ ଯାଉଛି। |ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ।   ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଅନ୍ୟାନ୍ୟ ପ୍ରମୁଖ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମାନେ ମଧ୍ୟ ଯୋଗଦେବେ। ଆମେରିକା ରାଷ୍ଟ୍ରପତି  ଜୋ ବାଇଡେନଙ୍କ ସମେତ ବିଶ୍ବର ପ୍ରାୟ 500ରୁ ଉର୍ଦ୍ଧ୍ବ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଭାରତ ପକ୍ଷରୁ ରାଷ୍ଟ୍ରପତିଙ୍କ ସହିତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ବୋଲି ଜଣାପଡିଛି।

Leave A Reply

Your email address will not be published.