Jai Odisha
News

ଲଦାଖର ତୁରତୁକ ସେକ୍ଟରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,୭ ମୃତ

ନୂଆଦିଲ୍ଲୀ,୨୭।୫: ଲଦାଖର ତୁରତୁକ ସେକ୍ଟରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ୨୬ ଜଣ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀରେ ଖସି ପହିବା କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଯବାନ ଆହତ ହୋଇଥିବା ନେଇ ଖବର ମିଳିଛି। ଦୁର୍ଘଟଣାର ତୁରନ୍ତ ପରେ ଯବାନଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରାଯାଇଛି, କିନ୍ତୁ ଦୁର୍ଘଟଣାରେ ୭ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଗୁରୁତର ଆହତ ହୋଇଛନ୍ତି।ଏହି ଦୁର୍ଘଟଣା ଥ୍ରୋଇସ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଘଟିଛି। ସେଠାରେ ସନାର ବସ୍‌ ଶ୍ୟୋକ ନଦୀଠାରୁ ପ୍ରାୟ ୫୦-୬୦ ଫୁଟ ଗଭୀର ଖାଲରେ ଖସିପଡିଥିଲା। ଏଥିରେ ସେନାର ସବୁ ଯବାନ ଆହତ ହୋଇଯାଇଛନ୍ତି। ସବୁ ଯବାନଙ୍କୁ ପରତାପୁରର ୪୦୩ ଫିଲ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଲେହରୁ ସର୍ଜିକାଲ ଟିମ୍‌କୁ ପରତାପୁର ପଠାଇ ଦିଆଯାଇଥିଲା। ତେବେ ଏଥିରେ ୭ ଜଣ ଯବାନଙ୍କୁ ମୃତ ଘୋଷିତ କରଯାଇଛି।ଗୁରୁତର ରୂପରେ ଆହତ ଯବାନଙ୍କୁ ସାହାଯ୍ୟ ପାଇଁ ଏୟାରଫୋର୍ସ ସହିତ ଯୋଗାଯୋଗ କରାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ଓ୍ବେଷ୍ଟର୍ଣ୍ଣ କମାଣ୍ଡ ପଠାଇ ଦିଆଯାଇପାରେ। ସେନାର ବସ୍‌ କେଉଁ କାରଣରୁ ସଡକରେ ଖସି ନଦୀରେ ପଡିଯାଇଥିଲା ତାହାର କାରଣ ଏବେ ସ୍ପଷ୍ଟ ହୋଇନି। ଏହି ଘଟଣାକୁ ନେଇ ସେନା ପକ୍ଷରୁ କୌଣସି ଅଫିସିଆଲ ବୟାନ ଦିଆଯାଇ ନାହିଁ। କିନ୍ତୁ ପ୍ରାରମ୍ଭିକ ସୂଚନା ଅନୁସାରେ, ଯବାନଙ୍କ ବସ୍‌ ଟ୍ରାଞ୍ଜିଟ୍‌ କ୍ୟାମ୍ପରୁ ସବ୍‌ ସେକ୍ଟରର ଅଗ୍ରୀମ ସ୍ଥାନ ଆଡକୁ ଯାଉଥିଲା, ସେତେବେଳେ ଏହି ଦୁର୍ଘଟଣା ହୋଇଥିଲା।

Leave A Reply

Your email address will not be published.