Jai Odisha
News

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ

ଭୁବନେଶ୍ବର,୧୯।୪: ପୁରୀ ଜିଲ୍ଲା ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏଠାରେ କାର୍ଯ୍ୟରତ ମୁଖ୍ୟ କିରାଣୀ ରଘୁନାଥ ବିଶୋୟୀ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଅଫିସ କାମ କରିଦେବା ପାଇଁ ଶ୍ରୀ ବିଶୋୟୀ ଅଭିଯୋଗକାରୀଙ୍କୁ ୧୦୦୦୦ଟଙ୍କା ଦାବି କରିଥିଲେ। କିନ୍ତୁ ଅଭିଯୋଗକାରୀ ୧୦ ହଜାର ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ଶେଷରେ ୫୦୦୦ ଟଙ୍କାରେ କଥା ଛୁଣ୍ଡି ଥିଲା। ଶ୍ରୀ ବିଶୋୟୀ ଆଜି ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ିବସିଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରି ଟିମ୍‌ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.