Jai Odisha
News

୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ବିଇଓ

ମୋହନା, ୧୧/୦୨: ଜଣେ ଶିକ୍ଷକଙ୍କ ଏରିଅର ବିଲ୍ କରାଇ ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ବିଇଓ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ ।    ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା ପାଇଁ ଲାଞ୍ଚ ମାଗିଥିଲେ ବ୍ଲକ ଶିକ୍ଷାଧିକାରୀ । ଏଥିପାଇଁ ଶିକ୍ଷକ ଜଣକ ବ୍ରହ୍ମପୁର ଭିଜିଲାନ୍ସକୁ ଖବର ଦେଇଥିଲେ । ଆଜି ୩୦ ହଜାର ଟଙ୍କା ନେଇ ଶିକ୍ଷକ ଜଣକ ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ । ତେବେ ପୂର୍ବରୁ ଭିଜିଲାନ୍ସ ଟିମ କାର୍ଯ୍ୟାଳୟ ପାଖରେ ଛକି ବସିଥିଲେ । ଶିକ୍ଷକଙ୍କ ଠାରୁ ବ୍ଲକ ଶିକ୍ଷାଧିକାରୀ ୩୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ କାବୁ କରିଥିଲେ ଭିଜିଲାନ୍ସ ଟିମ ।

Leave A Reply

Your email address will not be published.