Jai Odisha
News

ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଲିଜେଣ୍ଡସ୍

କଟକ,୨୫/୦୯:କଟକର  ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଏକ ଲିଗ୍‌ ମ୍ୟାଚ ସେପ୍ଟେମ୍ବର ୨୬ରେ ଖେଳାଯିବ। ଏଥି ପାଇଁ ବାରବାଟୀ ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଲିଜେଣ୍ଡସ୍ । କଟକ ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱର ପହଞ୍ଚିସାରିଛନ୍ତି ଦୁଇ ଦଳ । ଭିଲଓ୍ୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ । ଦୁଇଟି ଯାକ ଟିମ୍‌ ଭୁବନେଶ୍ୱର ବିମାନବନ୍ଦର ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଳାଳୀଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବସ୍‌ରେ ମେ’ ଫେୟାର ଓ ହୋଟେଲ ଟ୍ରାଇଡେଣ୍ଟକୁ ନିଆଯାଇଥିଲା ।ଆସନ୍ତା ୨୬ ତାରିଖରୁ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌ ୨୦-୨୦ ମ୍ୟାଚ୍‌ ପାଇଁ କଟକ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମ୍ୟାଚ୍‌ ଖେଳାଯିବାକୁ ଥିବା ୩ ଦିନ ପ୍ରାୟ ୧୩ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷାରେ ରହିବେ । ସେହିପରି ଦୁଇ ଶହ ଅଫିସରଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି ।ଲିଜେଣ୍ଡସ୍‌ କ୍ରିକେଟ୍‌ର ପ୍ରଥମ ମ୍ୟାଚ୍‌ ୨୬ ତାରିଖରେ ଆରମ୍ଭ ହେବ । ୨୭ ଓ ୨୯ରେ ଅନ୍ୟ ଦୁଇଟି ମ୍ୟାଚ୍‌ ଖେଳାଯିବ । ଏହି ସବୁ ମ୍ୟାଚ୍‌ରେ ବରିଷ୍ଠ ଖେଳାଳିମାନେ ଭାଗ ନେଉଥିବାରୁ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ ମାନର ହେବ । ଏ ନେଇ କଟକ ଡିସିପିଙ୍କ ନେତୃତ୍ୱରେ ପ୍ରସ୍ତୁତି କରାଯାଇଛି । ଗତ ସପ୍ତାହରୁ ଷ୍ଟାଡିୟମ୍‌ର ଦୁଇଟି ପିଚ୍‌ ପାଇଁ ସୁରକ୍ଷା ଗାର୍ଡ ଦିଆଯାଇଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଟିକେଟ୍‌ ବିକ୍ରି ବେଳେ ଗୋଟିଏ ସେକ୍‌ସନ୍‌ ଫୋର୍ସ ମୁତୟନ କରାଯାଇଥିଲା । ସୋମବାର ୨୫ ତାରିଖ ଠାରୁ ଷ୍ଟାଡିୟମ୍‌କୁ ପୁଲିସ ତା’ର ନିୟନ୍ତ୍ରଣକୁ ନେବ । ଭୁବନେଶ୍ୱରରୁ ଖେଳାଳି ଆସିବା ଓ ମ୍ୟାଚ୍‌ ସାରି ଫେରିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା କଟକ ପୁଲିସ ପକ୍ଷରୁ କରାଯିବ । ଷ୍ଟାଡିୟମ୍‌ରେ ଡଗସ୍‌ ସ୍କ୍ୱାଡ୍‌ ଓ ବମ୍‌ ସ୍କ୍ୱାଡ୍‌ ନିୟୋଜିତ ରହିବେ । କଟକ ପୁଲିସର ଇନ୍ସପେକ୍ଟରଠାରୁ ଏସିପି ପର୍ଯ୍ୟନ୍ତ ୬୦ ଜଣ ଅଧିକାରୀ ସୁରକ୍ଷା ଦାୟିତ୍ୱ ତୁଲାଇବେ । ଡିସିପି ପିନାକ ମିଶ୍ର ଓ ଦୁଇ ଜଣ ଏଡିସିପି ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣ କରିବେ । ଖେଳାଳିଙ୍କ ଯାତାୟାତ ପାଇଁ ଟ୍ରାଫିକ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି

Leave A Reply

Your email address will not be published.