Jai Odisha
News

ଲିଫ୍ଟ ଦେବା ନାଁରେ ଲୁଟ୍‌

କେନ୍ଦ୍ରାପଡା, ୩।୨:ରାଜଧାନୀରେ ଲିଫ୍ଟ ଦେବା ନାଁରେ ଲୁଟ୍ । ନିଶା ଦେଇ ବେଙ୍ଗାଳୁରୁ ଫେରନ୍ତା ଯୁବକଙ୍କ ଠାରୁ ୭୫ ହଜାର ଟଙ୍କା ଲୁଟି ନେଲେ । ଲୁଟିଲା ପରେ ଛତିଆ ନିକଟରେ ଯୁବକଙ୍କୁ ଫୋଫାଡି ଦେଇ ଲୁଟେରା ଫେରାର ହୋଇଯାଇଛନ୍ତି ।  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ବିରେନ ପରିଡା । ସେ ବେଙ୍ଗଳୁରୁରେ କାମ କରନ୍ତି । ଗତ ୧ ତାରିଖରେ ବେଙ୍ଗଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ସେହି ସମୟରେ ଏକ କାରରେ କିଛି ଲୋକ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ । ମାତ୍ର କାରରେ କିଛି ବାଟ ଗଲା ପରେ ଲୁଟେରା ଗ୍ୟାଙ୍ଗର ଲୋକମାନେ ଗାଡିରେ ବସିଥିଲେ । ବାଟରେ ଅମୁଲ କୁଲରେ ନିଶା ଦ୍ରବ୍ୟ ଦେଇ ଟଙ୍କା ଲୁଟି ନେଇଥିଲେ । ପରେ ଛତିଆ ନିକଟରେ ଯୁବକଙ୍କୁ ଫିଙ୍ଗି  ଛାଡି ଦେଇ ଫେରାର ହୋଇ ଯାଇଛନ୍ତି। । ଏନେଇ ସହିଦ ନଗର ଥାନାରେ ଯୁବକ ଅଭିଯୋଗ କରିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

 

Leave A Reply

Your email address will not be published.