Jai Odisha
News

ପୁଲିସ-ନକ୍ସଲ ଗୁଳି ବିନିମୟ; ୩ ନକ୍ସଲ ନିହତ

କଳାହାଣ୍ଡି ,୯ା୫: କଳାହାଣ୍ଡି   ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍‌ ଡିଏସ୍‌ପି ଆହତ ହୋଇଛନ୍ତି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ମୃତ଼ ନକ୍ସଲଙ୍କ ମଧ୍ୟରେ ଜଣେ ACM ରାଙ୍କର ଥିବା ସୂଚନା ମିଳିଛି। ତାଙ୍କ ପାଖରୁ AK 47 ରାଇଫଲ ମିଳିଥିବାରୁ ସେ ACM ରାଙ୍କର ହୋଇଥିବା କୁହାଯାଉଛି। ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋଟଭଟା ଛକରେ ବିଭିନ୍ନ ପିଲର, ସାଇନ୍ ବୋର୍ଡ ଓ ଦୋକାନ କାନ୍ଥରେ ନକ୍ସଲମାନେ ପୋଷ୍ଟର ଲଗାଇଥିଲେ। ପୋଷ୍ଟରରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆଦ୍ୱାନ ଦେଇଥିଲେ। ୧୨ଦଫା ନେଇ ନକ୍ସଲଙ୍କ ଏହି ପୋଷ୍ଟର ମରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିବା ବେଳେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ସେହିପରି ସିଆରପିଏଫ୍‌ର ଜଣେ ଡିଏସପି ଆହତ ହୋଇଛନ୍ତି। ତାଙ୍କ ଦେହରେ ଗୁଳି ବାଜିଛି। ୩ ନକ୍ସଲଙ୍କ ମୃତ୍ୟୁ ଘଟିବା ପରେ ଅନ୍ୟ ନକ୍ସଲମାନେ ସେଠାରୁ ଖସି ପଳାଇଥିଲେ।ଏବେବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।

 

 

Leave A Reply

Your email address will not be published.