Jai Odisha
News

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ,୨୯।୧୨: ଲୁଗା ଦୋକାନରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି।  ଅଗ୍ନିକାଣ୍ଡରେ ଜଳିଗଲା ଲୁଗା ଦୋକାନରେ ଗଛିତ ଲୁଗା ସାମଗ୍ରୀ।  ଆଜି ଭୋର ସମୟରେ ଭଦ୍ରକ ସହର ସ୍ଥିତ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନ ରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଠିକ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିଲା ସମଗ୍ର ବଜାର।ନିଆଁରେ ଜଳିପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ବାହିନୀର ୨ଟି ଗାଡ଼ି ନିଆଁ ଲିଭାଉଛି । ଆଜି ସକାଳୁ ସକାଳୁ ହଠାତ୍‌ ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା ।  ସ୍ଥାନୀୟଲୋକ ଅଗ୍ନିକାଣ୍ଡକୁ ଦେଖିବା ପରେ ଏନେଇ  ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛନ୍ତି । ହେଲେ ଦୋକାନରେ ଥିବା ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଛି ।

Leave A Reply

Your email address will not be published.