Jai Odisha
News

ଲେଖିକା ଅନୁଜା ନନ୍ଦ ବିଶ୍ଵାଳଙ୍କ “ପ୍ରକୃତି ସହ ବନ୍ଧୁତା” ପୁସ୍ତକ ଉନ୍ମୋଚିତ

ବ୍ରହ୍ମପୁର,୨୮/୦୧: ଅନୁଜା ନନ୍ଦ ବିଶ୍ଵାଳଙ୍କ କବିତା ସଂକଳନ “ପ୍ରକୃତି ସହ ବନ୍ଧୁତ୍ୱ” ଉନ୍ମୋଚିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ କରି କମଳରେ ଉକ୍ତ କବିତା ସଂକଳନ ପୁସ୍ତକଟି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଟିଭିର ଦକ୍ଷିଣାଞ୍ଚଳର ମୁଖ୍ୟ ଅଶୋକ କୁମାର ବ୍ରହ୍ମା, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଉପସ୍ଥିତ ରହି କବିତା ସଂକଳନଟି ଉନ୍ମୋଚନରେ ସହଯୋଗ କରିଛନ୍ତି । ଅନୁଜାନନ୍ଦଙ୍କ ଏହି କବିତା ସଂକଳନ ପ୍ରକୃତି ସହ ବନ୍ଧୁତ୍ଵ ପୁସ୍ତକଟି ଏକ ଭିନ୍ନ ଧରଣର ଓ ଆକର୍ଷଣୀୟ ହୋଇଛି । ସମୁଦାୟ ୨୦ ଗୋଟି କବିତାକୁ ନେଇ ପ୍ରେମ ଓ ପକ୍ଷୀ ସହିତ ପ୍ରକୃତିର କିଭଳି ସୁସମ୍ପର୍କ ରହିଛି ସେ ସମ୍ପର୍କରେ ଶ୍ରୀମତି ବିଶ୍ବାଳ ସୁନ୍ଦର ଭାଷା ସଂଯୋଜନା କରି ଲେଖିଛନ୍ତି । ଏହା ପାଠକଙ୍କ ନିକଟରେ ନଶ୍ଚିତ ରୂପେ ଆଦୃତ ହୋଇପାରିବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.