Jai Odisha
News

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ ଓ ଆଜମ ଖାନ

ନୂଆଦିଲ୍ଲୀ,୨୨।୦୩ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲୋକସଭାରୁ ଇସ୍ତଫା ଦେଇଛନ୍ତି । ଆଜି ଅଖିଳେଶ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଆଜମଗଡରୁ ୨୦୧୯ ରେ ଲୋକସଭା ନିର୍ବାଚନରେ ​​ଜିତି ସଂସଦରେ ପହଞ୍ଚିଥିଲେ। ଏହା ସହିତ ଦଳର ନେତା ଆଜମ ଖାନ ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଅଖିଳେଶ ଯାଦବ ପ୍ରଥମ ଥର ପାଇଁ କରହଲ ଆସନରୁ ୟୁପି ବିଧାନସଭା ନିର୍ବାଚନରେ ​​ଭାଗ୍ୟ ପରୀକ୍ଷା କରିଥିଲେ।  ବର୍ତ୍ତମାନ ସେ ଲୋକସଭା ସଦସ୍ୟତା ପଦରୁ ଇସ୍ତଫା ଦେଇ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଭୂମିକା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.