Jai Odisha
News

ଲୋକ ସଭା ନିର୍ବାଚନ ଘୋଷଣା ପୂର୍ବରୁ ସିଏଏ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର

ଲୋକ ସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ ମାଧ୍ୟମରେ ଭାରତର ୩ ପଡୋସୀ ଦେଶର ଅଳ୍ପ ସଂଖ୍ୟକମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଏନେଇ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ ।

ଶରଣାର୍ଥୀମାନଙ୍କୁ ମିଳିପାରିବ ନାଗରିକତା । ୩ ଦେଶ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ । ଏହି ଦେଶର ୨୦୨୪ ପୂର୍ବରୁ ଶରଣ ନେଇଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତା । ୨୦୧୯ ଡିସେମ୍ବରରେ ସିଏଏ ପାରିତ ହୋଇଥିଲା । ଏହା ସପକ୍ଷରେ ୧୨୫ ଓ ବିରୋଧରେ ୧୦୫ ଖଣ୍ଡ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତିଙ୍କ ଦ୍ବାରା ଏହି ବିଧେୟକକୁ ୨୦୧୯, ୧୨ଡିସେମ୍ବରରେ ମଞ୍ଜୁରୀ ମିଳିଥିଲା

Leave A Reply

Your email address will not be published.