Jai Odisha
News

ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନକୁ ଓହ୍ଲାଇଲେ ଚୁକ୍ତିଭିତ୍ତିକ କର୍ମଚାରୀ

ଭୁବନେଶ୍ୱର,୧୧।୯: ରାଜଧାନୀର ଲୋୟର ପିଏମ୍ଜିରେ ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।   ବର୍ଷା ସତ୍ତ୍ବେ , ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି ଚୁକ୍ତିଭିତ୍ତିକ କର୍ମଚାରୀ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକ । ଆଜି ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ଓ ଚୁକ୍ତିଭିତ୍ତିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମ୍‌ଜି ଛକରେ ଆନ୍ଦୋଳନ କରିଛନ୍ତି ।  ଶହ ଶହ କର୍ମଚାରୀ ରାଜରାସ୍ତାରେ ବସିବା ସହ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ସରକାର ଏହି ଚୁକ୍ତିଭିତ୍ତିକ ପ୍ରଥା ଖୁବଶୀଘ୍ର ଉଠାନ୍ତୁ ବୋଲି ଦାବି କରିଥିଲେ । ତାହା ସହ ଏହି ପ୍ରଥା ଉଠାନଗଲେ ନିଜର ଅଧିକାର ପାଇଁ ରାଜରାସ୍ତାରେ ଲଢ଼େଇ କରିବେ ବୋଲି ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ମାସକ ଭିତରେ ଦାବି ପୂରଣ ନହେଲେଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାର ଉଚ୍ଛେଦ କରାଯାଉ। ଏହାର ତୁରନ୍ତ ପ୍ରତ୍ୟାହାର ଦାବିରେ ୩୦ ହଜାରରୁ ଅଧିକ କର୍ମଚାରୀ ଗଣ ବିକ୍ଷୋଭ କରିଛନ୍ତି।ଖାଲି ଏତିକି ନୁହେଁ ଦରକାର ପଡ଼ିଲେ କୋର୍ଟରେ ଲଢ଼େଇ ହେବ ବୋଲି କର୍ମଚାରୀ ମାନେ କହିଛନ୍ତି ।ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା ବିଭାଗ,ଗୃହ ଏବଂ ସହରୀ ବିକାଶ, ଇଣ୍ଡଷ୍ଟ୍ରିଜ୍, ସୂଚନା ଏବଂ ଜନସମ୍ପର୍କ, ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା , ନିୟମ, ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ପରି ଅନେକ ବିଭାଗର କର୍ମଚାରୀ ଏହି ଆନ୍ଦୋଳନକୁ ଓହ୍ଳାଇବା ସହ ସରକାଙ୍କ ନିକଟରେ ଚୁକ୍ତିଭିତ୍ତିକ ପ୍ରଥା ଉଠାଇବାକୁ ଦାବି ରଖିଛନ୍ତି ।ତେବେ ରାଜ୍ୟର ଆର୍ଥିକ ପ୍ରଗତି ହେଲେ ଏମାନଙ୍କ ସମସ୍ତ ସୁବିଧା କରାଯିବା ସହ ସ୍ଥାୟୀ ପ୍ରତିକାର ହେବ। ହେଲେ ତାହା ହୋଇପାରିଲାନି। ୨୦୧୮ରେ ତିନିଦିନ ଯାଏ ବିଶାଳ ଗଣଆନ୍ଦୋଳନ କରାଯାଇଥିଲା । ଏନେଇ ୧୫ ଜଣିଆ ପ୍ରତିନିଧି ମଣ୍ଡଳୀ ବିସ୍ତୃତ ଭାବେ ଆଲୋଚନା କରିବା ସହ ମାସକ ମଧ୍ୟରେ ସମାଧାନ କରିବାର ଲିଖିତ ପ୍ରତିଶୁତି ଦେଇଥିଲେ, ଯାହା କେବଳ ପ୍ରତିଶୁତିରେ ରହିଯାଇଛି। ଏହାର ପ୍ରତିବାଦରେ ଆଜି ପୁଣି ଥରେ ଚୁକ୍ତିଭିତ୍ତିକ କର୍ମଚାରୀ ଆନ୍ଦୋଳନକ ଓହ୍ଲାଇଛନ୍ତି। ଖୁବଶୀଘ୍ର ଏହି ଦାବି ସବୁ ପୂରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନର ଚେତବାନୀ ଦେଇଛନ୍ତି କର୍ମଚାରୀ।

Leave A Reply

Your email address will not be published.