Jai Odisha
News

ଶନିବାର ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି 

ଶନିବାର ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି  । ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବେ। ସୂଚନା ଅନୁସାରେ ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିମାନ ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୦ଟାରେ ଜୟପୁର ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ହେଲିକପ୍ଟରରେ ଯାଇ କୋରାପୁଟ ଓଏମ୍‌ପି ପଡିଆରେ ଅବତରଣ କରି ସଭାସ୍ଥଳ ଅଭିମୁଖେ ଯିବେ। ସେଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ଶ୍ରୀ ପଟ୍ଟନାୟକ ନବରଙ୍ଗପୁରରେ ପହଞ୍ଚିବା ପରେ ଜନସଭାରେ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ନବରଙ୍ଗପୁରରେ ମଧ୍ୟାହ୍ନ ଭୋଜନ ଶେଷ କରି ରାୟଗଡ଼ାରେ ପହଞ୍ଚିବେ। ଟିକିରିର ମୁସୁରିପଲ୍ଲାର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା କାର୍ଯ୍ୟକମ ରହିଛି। ସେଠାରୁ ସଭା ଶେଷ କରି ପାରଳାଖେମୁଣ୍ଡି ଷ୍ଟାଡିୟମ୍‌ରେ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବେ। କାର୍ଯ୍ୟକ୍ରମ ଶେଷ ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ କାର୍ତ୍ତିକ ପାଣ୍ଡିଆନ୍‌ ଉପସ୍ଥିତ ରହିବେ ବୋଲି ଜଣାପଡିଛି।

Leave A Reply

Your email address will not be published.