Jai Odisha
News

ଶନି ଉପଗ୍ରହରେ ଜୀବସତ୍ତା ସମ୍ଭାବନା

ପ୍ୟାରିସ୍‌ ,,୩୧।୧୨: ଶନି ଗ୍ରହର ଅନ୍ୟତମ ଉପଗ୍ରହ ଏନ୍‌ସେଲାଡସ୍‌ରେ ଜୀବସତ୍ତା ରହିଥିବା ନେଇ ଆଶାବ୍ୟକ୍ତ କରିଛନ୍ତି ବୈଜ୍ଞାନିକ। ଆରିଜୋନା ବିଶ୍ବବିଦ୍ୟାଳୟ ଓ ପ୍ୟାରିସ୍‌ର ପିଏସଏଲ୍‌ ରିସର୍ଚ୍ଚ ବିଶ୍ବବିଦ୍ୟାଳୟରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ତଥ୍ୟ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଶନି ଗ୍ରହର ୮୩ଟି ଉପଗ୍ରହ ରହିଛି। ସେଥିମଧ୍ୟରୁ ଏନ୍‌ସେଲାଡସ୍‌ ଉପଗ୍ରହରେ ଜଳ ରହିଥିବା ଅନୁଧ୍ୟାନରୁ ଜଣାପଡ଼ିଥିବାରୁ ସେଠାରେ ଜୀବନସତ୍ତା ସମ୍ଭବ ନେଇ ଆଶା ରହିଛି।ଏହି ଉପଗ୍ରହରେ ସମୁଦ୍ର ରହିିଥିବା ବେଳେ ସମୁଦ୍ର ତଳେ ବରଫ ରହିଥିବା ବୈଜ୍ଞାନିକମାନେ ଦର୍ଶାଇଛନ୍ତି। ଏହି ଉପଗ୍ରହରୁ ମିଥେନ୍‌ ଗ୍ୟାସ୍‌ ବାହାରୁ ଥିବାରୁ ଏହା ସେଠାରେ ଜୀବନସତ୍ତା ଥିବାର ଆଉ ଏକ ପ୍ରମାଣ ହୋଇପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ତେବେ ଏଥିନେଇ ଅଧିକ ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଛି

Leave A Reply

Your email address will not be published.