Jai Odisha
News

ଶବଦାହ କରି ଫେରୁଥିଲେ, ଶବ ପାଲଟିଗଲେ, ସରପଞ୍ଚ ପ୍ରଦୀପ ଦାସଙ୍କ ଅକାଳ ପରଲୋକ

ରାଜକନିକା,୨୫/୬ :ପୁରୀ ସ୍ୱର୍ଗଦ୍ୱାରରେ ସମ୍ପର୍କୀୟଙ୍କ ଶବ ଦାହ କରି ଫେରୁଥିବା ବେଳେ ରବିବାର ଭୋର ସମୟରେ ଆଳି ଭୁଈପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ରାଜକନିକା ବ୍ଲକ୍ ଜୟନଗର ଗ୍ରାମପଞ୍ଚାୟତର ଯୁବ ସରପଞ୍ଚ ତଥା କଂଗ୍ରେସ ଯୁବନେତା ପ୍ରଦୀପ୍ କୁମାର ଦାସ(ବିପି)ଙ୍କର ମାତ୍ର ୩୮ ବର୍ଷ ବୟସରେ ଅକାଳ ପରଲୋକ ଘଟିଛି । ଆଳି: ପୁରୀ ସ୍ବର୍ଗଦ୍ବାରରେ ଶବଦାହ କାମସାରି ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଆକ୍ସିସ ବ୍ୟାଙ୍କ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା | ତେବେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବାବେଳେ ରାସ୍ତାରେ ଜୟନଗର ସରପଞ୍ଚ ପ୍ରଦୀପ୍ତ ଦାସ(୫୦)ଙ୍କ ମୂତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ଯେ,ରାଜକନିକା ଥାନା କୋଇଲିପୁର ଗ୍ରାମର ନିରାକାର ବେହେରାଙ୍କ ମୃତ ପତ୍ନୀ ଜୟନ୍ତୀ ବେହେରାଙ୍କ ମର ଶରୀରକୁ ପରିବାର ଲୋକ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର ପାଇଁ ନେଇଥିଲେ। ଶବ ସଂସ୍କାର ସାରି ଏକ ଅଲଟୋ କାରରେ ଫେରୁଥିବାବେଳେ କଟକ -ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁର ଛକ ଆକ୍ସିସ ବ୍ୟାଙ୍କ ଆଗରେ ରହିଥିବା ଏକ ଆଇଚର ଗାଡିକୁ କାରଟି ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଲଟୋ କାର ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାର୍ ଭିତରେ ଥିବା ଜୟନଗର ସରପଞ୍ଚ ପ୍ରଦୀପ ଦାସ,କୋଇଲିପୁରର ନିରାକାର ବେହେରା, ଜ୍ୟୋତି ପ୍ରକାଶ ବେହେରା, କାର୍ତ୍ତିକ ସାହୁ ଓ ଡ୍ରାଇଭର ରାଜକିଶୋର ଲେଙ୍କା ଗୁରୁତର ଆହତ ହୋଇଥିଲେକଟକରୁ ତାଙ୍କ ମରଶରୀର ବରୁଣାଡ଼ିହା ଛକ ନିକଟରେ ପହଞ୍ଚିବା ପରେ ଭାବ ବିହ୍ୱୋଳ ହୋଇପଡ଼ିଥିଲେ ଅଞ୍ଚଳବାସୀ । ବିପି ଭାଇ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇପଡ଼ିଥିଲା ସମଗ୍ର ଅଞ୍ଚଳ । ତାଙ୍କ ମରଶରୀରରେ କଂଗ୍ରେସ କର୍ମୀ ଏବଂ ଜୟନଗର ଗ୍ରାମପଞ୍ଚାୟତବାସୀଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତାଙ୍କ ଲୋକପ୍ରିୟତା ଏବଂ ସମସ୍ତଙ୍କ ପରିଚିତ ଏତେ ଅଧିକ ରହିଥିଲାଯେ, ଶହଶହ ଲୋକେ ଲୁହ ଝରାଇ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ ।

ଏକ ବିଶାଳ ଶୋଭାଯାତ୍ରାରେ ବରୁଣାଡ଼ିହା ଛକ ଠାରୁ ଚନ୍ଦନପୋଖରୀ ଛକ ସେଠାରୁ ଅଶୋକ ବଜାର କଂଗ୍ରେସ କାର୍ଯ୍ୟାଳୟରେ ପହଂଚିବା ପରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା । ତାଙ୍କ ମରଶରୀରରେ ଶତାଧିକ କଂଗ୍ରେସ ନେତା ଏବଂ କର୍ମୀମାନେ ଦଳୀୟ ପତାକା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ପରେ ଥାନା ଛକ ସେଠାରୁ ଜୟନଗର ଗ୍ରାମପଞ୍ଚାୟତକୁ ତାଙ୍କ ମରଶରୀର ନିଆଯାଇଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ବାସୀ ଏବଂ କର୍ମଚାରୀ, ସହଯୋଗୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପଞ୍ଚାୟତ କାର୍ଯ୍ୟାଳୟରୁ ଜୟନଗର ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ପରିକ୍ରମା କରି ଶେଷରେ ତାଙ୍କ ଜନ୍ମସ୍ଥାନ ବାଟଗାଁ ନିଜ ଘରକୁ ନିଆଯାଇଥିଲା । ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମା,ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ସରପଞ୍ଚ ଦୁର୍ଯ୍ୟୋଧନ ମହାନ୍ତି, କଂଗ୍ରେସ ନେତା ବାବୁରାମ ଜେନା, ଯୁବକଂଗ୍ରେସ ନେତା ଶରତ ରାଉତ, ସତ୍ୟବ୍ରତ ପରିଡ଼ା, ସମିତି ସଭ୍ୟା ଅଞ୍ଜନା ସାହୁ,ଦୁଷ୍ମନ୍ତ ବେହେରା, ପ୍ରମୋଦ ପତି, ସୁଶାନ୍ତ ମଲ୍ଲିକ, ରଙ୍ଗଲାଲା ମଲ୍ଲିକ, ଗଙ୍ଗାଧର ବେହେରା, ନିରୋଦ ଜେନା, ଅଭିରାମ ବିଶ୍ୱାଳ ଏବଂ କୃତ୍ତିବାସ ଦାସ ପ୍ରମୁଖ ଶହଶହ କଂଗ୍ରେସ ନେତା ଏବଂ କର୍ମୀମାନେ ଶୋଭାଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିଭଳି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ,ଜିଲା ବିଜେପି ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ବିଜେପି ନେତ୍ରୀ ଅଶାଲତା ପଟ୍ଟନାୟକ, ଯୁବନେତା ସତ୍ୟରଞ୍ଜନ ନାୟକ, ବିଧାୟକଙ୍କ ପ୍ରତିନିଧି ବରିଷ୍ଠ ବିଜେଡ଼ି ନେତା ବିକାଶ ଦାସ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ତନ୍ନୟ ରଞ୍ଜନ ଦାସ, ପଞ୍ଚାୟତ ସମିତିର ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଦୀପ୍ତ ରାଉତ, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ଜିଲାପରିଷଦ ସଭ୍ୟ ପ୍ରତାପ ବେହେରା, ଜିଲାପରିଷଦ ସଭ୍ୟା ଅମିତା ସାହୁ,ସମିତି ସଭ୍ୟ ଦାମୋଦର ସ୍ୱାଇଁ, ଜୟନଗର ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଶତପଥୀ, ଜୟନଗର ପୂର୍ବତନ ସରପଞ୍ଚ ରବିନାରାୟଣ ବେହେରା ଏବଂ କୋଇଲିପୁର ସରପଞ୍ଚ ଅରୁଣ କୁମାର ରାଉତ ପ୍ରମୁଖଙ୍କ ସହିତ ରାଜକନିକା ବ୍ଲକ୍‌ର ପ୍ରାୟ ସମସ୍ତ ପଞ୍ଚାୟତର ଜନପ୍ରତିନିଧିମାନେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ଏହା ସହିତ ତାଙ୍କ ପରିବାରବର୍ଗଙ୍କୁ ଭେଟି ଶାନ୍ତ୍ୱନା ପ୍ରଦାନ କରିଥିଲେ । ନିଜ ଘରେ ମରଶରୀର ପଂହଚିବା ପରେ ସାଇପଡ଼ିଶା ଏବଂ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟିପଡ଼ିଥିଲା ଗାଁ । ରାତି ୮ଟା ୩୦ ମିନିଟ୍ ସମୟରେ ଗ୍ରାମ ଶଶ୍ମାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ପୁତୁରା ଶୈଳେନ୍ଦ୍ର ମୁଖାଗ୍ନି ଦେଇଥିଲେ । ଘରେ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶନୀ, ଦୁଇ ପୁଅ ସାଇ ଶୁଭମ(୭) ଏବଂ ସାଇ ସତ୍ୟମ(୫) ଅଛନ୍ତି । ଜୟନଗର ଗ୍ରାମପଞ୍ଚାୟତରୁ ୨୦୨୨ ମସିହାରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଏକ ବର୍ଷ ମଧ୍ୟରେ ଜୟନଗର ଗ୍ରାମପଞ୍ଚାୟତର ବହୁ ଉନ୍ନୟନ କାର୍ଯ୍ୟ ସମ୍ପାଦନା କରିଛନ୍ତି । ପୂର୍ବରୁ ତାଙ୍କ ବାପା ପରମେଶ୍ୱର ଦାସ ମଧ୍ୟ ଜୟନଗର ଗ୍ରାମପଞ୍ଚାୟତର ସରପଞ୍ଚ ହୋଇଥିଲେ ।

Leave A Reply

Your email address will not be published.