Jai Odisha
News

ଶମ୍ଭୁ ସୀମାରେ କୃଷକମାନଙ୍କ ଉପରେ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରିଛି ପୋଲିସ

ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ରାଜଧାନୀ ଆଡକୁ ମାଡି ଆସୁଛନ୍ତି ହଜାର ହଜାର କୃଷକ। ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ଏମାନଙ୍କୁ ପୁଲିସ ଅଟକାଇବାକୁ ଚେଷ୍ଟା କରି , ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୁଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍‌ ପ୍ରୟୋଗ କରିଛି। ଫଳରେ ପୂରା ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଛି।ପୁଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛନ୍ତି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୁଲିସ। ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍‌ କରାଯାଇଛି।

ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରି ଓ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୁଲିସ ମୁତୟନ ହୋଇଛନ୍ତି। ପୁଲିସ ସମେତ ପାରାମିଲିଟାରୀ କର୍ମଚାରୀଙ୍କୁ ମଧ୍ୟ ଏହି ସୀମାରେ ମୁତୟନ କରାଯାଇଛି। ଡ୍ରୋନ୍‌ ସହାୟତାରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି।ସିଙ୍ଘୁ ସୀମାରେ ଥିବା ଫ୍ଲାଏ ଓଭରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଜାତୀୟ ରାଜପଥରେ ଆରଏଏଫ୍ ନିୟୋଜିତ କରାଯାଇଛି।ଦିଲ୍ଲୀରେ ଆସନ୍ତା ୧୨ ମାର୍ଚ୍ଚ ସମସ୍ତ ସଭା ବିଶାଳ ସମାବେଶ ଉପରେ ରୋକ ଲଗାଯିବା ସହ ୧୪୪ ଧାରା ଜାରି କରାଯାଇଛି। ଏହି ତିନି ସୀମା ଦେଇ ଆସିବା ପାଇଁ ଦିଲ୍ଲୀ ପୁଲିସ ଆଡ୍‌ଭାଇଜରୀ ମଧ୍ୟ ଜାରି କରିଛି।

Leave A Reply

Your email address will not be published.