Jai Odisha
News

ଶରଧାବାଲିରେ ଚତୁର୍ଦ୍ଧା ମୂର୍ତ୍ତି, କାଲି ଆଡପ ବିଜେ

ପୁରୀ,୨୧/୬:ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ। ଅଧାରେ ଅଟକିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଛନ୍ତି। ଗତକାଲି ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା। ତେବେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖ ନିକଟରେ ଅଟକି ଥିଲା। ଆଜି ସକାଳୁ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣିବାର ସୁଯୋଗ ପାଇଛନ୍ତି। ଆଜି ଓ ଆସନ୍ତାକାଲି ମଧ୍ୟ ଦିନ ତମାମ ଶ୍ରୀଜିଉଙ୍କୁ ରଥ ଉପରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କାଲି ସଂଧ୍ୟାରେ ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଆଡପ ମଣ୍ଡପ ବିଜେ କରିବାକୁ ଥିବା ବେଳେ ଶୁକ୍ରବାର ଭକ୍ତମାନେ ଆଡପ ଅବଢ଼ା ପାଇବେ।

 

Leave A Reply

Your email address will not be published.