Jai Odisha
News

ଶରଧାବାଲିରେ ତିନି ରଥ

ପୁରୀ,୨୧ା୬ : ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ।ଲୀଳାମୟ ମହାପ୍ରଭୁ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ମଙ୍ଗଳବାର ଅପରାହ୍‌ଣ ୩ଟା ୪ ମିନିଟରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଏବେ ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। କାଲି ଅପରାହ୍ନ ୩ଟା ୪ ମିନିଟ୍‌ରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ଶରଧାବାଲିରେ ପହଞ୍ଚି ପାରି ନ ଥିଲା ପ୍ରଭୁ ବଡ଼ ଠାକୁର ଆଉ ଦେବୀ ସୁଭଦ୍ରାଙ୍କ ରଥ। ଏହା ବୁଧବାର ଶେଷ ହୋଇଛି।ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଛି। ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ। ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା।

Leave A Reply

Your email address will not be published.