Jai Odisha
News

ଶାରଦା ମାଇନ୍ସରେ EDର ଚଢ଼ାଉ

ଭୁବନେଶ୍ୱର,୨୨/୮ : ଶାରଦା ମାଇନ୍ସର ୨ ନିର୍ଦ୍ଦେଶକଙ୍କ ଘରେ ଆଜି ଚଢ଼ାଉ କରିଛି ଇଡି । ବେଆଇନ୍ ଅର୍ଥ କାରବାର ଲିଙ୍କ ଅଭିଯୋଗରେ ଇଡ଼ି ଚଢ଼ାଉ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବଡ଼ବିଲ ସ୍ଥିତ ଘର ଓ ଅଫିସ ସହ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।କେନ୍ଦୁଝର ଜିଲ୍ଲା  ବଡ଼ବିଲ ଶାରଦା ମାଇନ୍ସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ବେଆଇନ୍‌ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା । ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ ବେଆଇନ୍‌ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ଏନେଇ ସୋମବାର ବଡ଼ବଲିରେ ଥିବା ଖଣି କାର୍ଯ୍ୟାଳୟ ସହିତ ସୟାବାଲି ସ୍ଥିତ କଲୋନୀରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକାସାଙ୍ଗେ ୩ଟି ସ୍ଥାନରେ ଇଡି ଚଢାଉ କରୁଥିବା ସୂଚନା ।

 

Leave A Reply

Your email address will not be published.