Jai Odisha
News

ଶିଂସାରି ହାଟରେ ଖୁଡୁଖୁଡି ଖେଳ ଉପରେ ପୋଲିସର ଚଢାଉ ୪ଜଣ ଗିରଫ

ନବରଙ୍ଗପୁର ,୩୦।୧:-ଡାବୁଗାଁ ଥାନା ଅଧୀନ ଶିଂସାରି ହାଟ ରେ ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ: ବହୁ ଦିନରୁ ସିଂସାରି ସାପ୍ତାହିକ ହାଟରେ ଖୁଲମ ଖୁଲା ଖୁଡୁଖୁଡ଼ୀ ଖେଳ ଚାଲୁଥିଲା ବାରମ୍ବାର ଖବର ପ୍ରସାରଣ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଲା ଆଜି ଶିଂସାରି ସାପ୍ତାହିକ ହାଟରେ ଖୁଡୁଖୁଡି ଖେଳ ଚାଲିଥିବା ଖବର ପାଇ ଡାବୁଗାଁ ଥାନା ପୋଲିସ ଚଢାଉ କରିଥିଲା | ଏଥୁରେ ସମ୍ପୃକ୍ତ କାରାଗାଁ ଗ୍ରାମର ସୁମନ୍ତ୍ର ମଣ୍ଡଳ ( ୩୫ ) , ଭଦ୍ରଶାଳାପଦର ଗ୍ରାମର ଘେନୁ ବିଶୋୟି ( ୩୫ ) ଓ ସାଲିମଧର ହରିଜନ ( ୪୫ ) ଓ ଛତିଶଗଡ ରାଜ୍ୟର ବସ୍ତୁର ଜିଲା କରପାଉଣ୍ଡ ଥାନା ଅଧୀନ ସନ୍ଦ କରମରୀ ଗ୍ରାମର ଗଣେଶ ନାଗ ( ୩୧ ) ଙ୍କୁ ଗିରଫ କରିଛି । ଏହାସହ ଖୁଡୁଖୁଡି ଖେଳରେ ବ୍ୟବହୃତ ସାମଗ୍ରୀ ପାଲି -୧ଟି , ୬ଟି ଗୋଟି ଏବଂ ୩୬୬୦ ଟଙ୍କା ଜବତ କରାଯାଇଛି ବୋଲି ଆଇଆଇସି ସୁନୀଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହି ଚଢାଉରେ ଡାବୁଗାଁ ଥାନା ଏଏସଆଇ ଶିଶିର କାନୁ ଘୋଷ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.