Jai Odisha
News

ଶିକ୍ଷାର୍ଥୀଙ୍କ ପାଇଁ ବ୍ରହ୍ମପୁର ସହରରେ ଖୋଲିଲା ଡେସ୍କୋ ଜୋନା

ବ୍ରହ୍ମପୁର-୦୬/୧୧: ବ୍ରହ୍ମପୁର ସହରରେ ଡେସ୍କୋ ଜୋନା (ଡିପାର୍ଟମେଣ୍ଟାଲ ଷ୍ଟୋର) ନାମକ ଏକ ଅତ୍ୟାଧୁନିକ ଶିକ୍ଷା ଓ କାର୍ଯ୍ୟାଳୟ ସମ୍ୱନ୍ଧୀୟ ଉପକରଣ ସୋରୁମ ଶାଖା ଖୋଲିଯାଇଛି । ସ୍ଥାନୀୟ ଗେଷ୍ଟ ହାଉସ ସମ୍ମୁଖ ମୁଖ୍ୟ ରାସ୍ତାରେ ଏହି ନୂତନ ଶାଖାକୁ ମୁଖ୍ୟ ଅତିଥି ଭାବେ ଶୁଭାରମ୍ଭ କରିଥିଲେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ । ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା,ପ୍ରଫେସର ଜଗନ୍ନାଥ ପଣ୍ଡା ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଏକ ସ୍ଥାନରେ ସମସ୍ତ ଅଧ୍ୟୟନ ସମ୍ୱନ୍ଧୀୟ ଉପକରଣ ମିଳୁଥିବାବେଳେ ଏହା ଛାତ୍ରଛାତ୍ରୀଙ୍କ ଲାଗି ବେସ୍ ସୁବିଧା ଜନକ ବୋଲି ବିଧାୟକ ପ୍ରଶଂସା କରିଥିଲେ । ଏହି ନୂତନ ପୁସ୍ତକ ଶୋ ରୁମରେ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ସକାଶେ ପାଠ୍ୟ ଉପକରଣ, ସମସ୍ତ କାର୍ଯ୍ୟାଳୟ ସକାଶେ ଉପଯୋଗୀ ଉପକରଣ, କମ୍ପ୍ୟୁଟର, ସାଉଣ୍ଡ ବାକ୍ସ ଓ ଷ୍ଟାସିନେରୀ ଭଳି ବିଭିନ୍ନ ସାମଗ୍ରୀ ଏଠାରେ ଅତି ସରଳ ଓ ସୁଲଭ ଦରରେ ଯୋଗାଇ ଦିଆଯାଏ ବୋଲି ଶୋ ରୁମ ମାଲିକ ସୂର୍ଯ୍ୟ ନାରାୟଣ ସାହୁ କହିଛନ୍ତି । ଏହି ଶୋ ରୁମ ର ଶୁଭାରମ୍ଭ ବେଳେ ଅନ୍ୟମାନଙ୍କ ମଧ୍ୟରେ ଭାସ୍କର ସାହୁ, ଓପିଟିସିଏଲ ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଜୟ କିଶୋର ସାହୁ, ସମାଜସେବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବାଲୁଗାଁ ସ୍ଥିତ ଲିଟିଲ ପ୍ଲେ ସ୍କୁଲର ସମ୍ପାଦିକା ଶ୍ରୀମତୀ ନମିତା ଝା, ନିର୍ଦେଶିକା ସରିତା ସାହୁ, ସଞ୍ଚିତା ସାହୁ ଉପସ୍ଥିତ ରହି କେକ୍ କାଟି ଉଦଘାଟନୀ ଉତ୍ସବ ପାଳନ କରିଥିଲେ ।

Leave A Reply

Your email address will not be published.