Jai Odisha
News

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାରୀଙ୍କୁ ଗିରଫ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ମାଲକାନଗିରି, ୧୨/୧୧– ଜୁନାଗଡ଼ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଉଁ ଭଳି ନୃଶଂସ ଭାବରେ ହତ୍ୟା କରାଗଲା, ସେ ପୁଣି ମହାବିଦ୍ୟାଳୟର ସତ୍ତ୍ଵାଧିକାରୀଙ୍କ ଦ୍ୱାରା! ଭାବିଲେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି। କିଛି ଭ୍ରଷ୍ଟ ରାଜନେତା ଏବଂ ଅର୍ଥପିପାସୁଙ୍କ ପାଇଁ ଶିକ୍ଷାନୁଷ୍ଠାନ ପରି ପବିତ୍ର ମନ୍ଦିରରେ ଯୌନ କେଲେଙ୍କାରୀ ବର୍ଷ ବର୍ଷ ଧରି ଚାଲିଥିବା ଅଭିଯୋଗ ସମ୍ପୃକ୍ତ ସଂସ୍ଥା ପ୍ରତି ଆସିବା କମ ଗୁରୁତ୍ୱପୂର୍ଣ୍ଣ ନୁହଁ। ସେଥିରେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ସମ୍ପୃକ୍ତି, ବିରୋଧୀ ଦଳକୁ ଯଥେଷ୍ଟ ଖୋରାକ ଯୋଗାଇବା ସହ ରାଜ୍ୟରେ ସବୁ ମହଲରୁ ସରକାରଙ୍କ ପ୍ରତି ବିରୋଧାଭାସ ଦେଖାଦେଇଛି। ସେଇ ପରିପେକ୍ଷିରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ରାଜ୍ୟ କଂଗ୍ରେସ ଡ଼ାକରାରେ ଛ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦକୁ ସବୁ ମହଲରୁ ସମର୍ଥନ ଦେଖାଯାଇଛି।

Leave A Reply

Your email address will not be published.