Jai Odisha
News

ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ବର,୧୦/୦୮: ପାରାଦୀପ ବନ୍ଦରରେ  ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ଏହି ୭ ଅଭିଯୁକ୍ତଙ୍କ ରିମାଣ୍ଡ ଆଜି ଶେଷ ହୋଇଥିଲା । ଶିଳ୍ପପତି ମହିମା ମିଶ୍ରଙ୍କ କମ୍ପାନି OSLକୁ ଅହେତୁକ ଅନୁକମ୍ପା ପ୍ରଦାନ ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରି ସିବିଆଇ ମହିମା ମିଶ୍ରଙ୍କ ପୁଅ ତଥା OSL ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଚିଫ୍ ଇଂଜିନିୟର ସରୋଜ ଦାଶ, ତାଙ୍କ ସହଯୋଗୀ ବିଲ୍ଡର ଶିଶିର ଦାସ, କେସିଟିର ଦେବପ୍ରିୟ ମହାନ୍ତିଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା । ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ଜାମିନ୍ ଖାରଜ କରିଛନ୍ତି। ଏହି ମାମଲାରେ କେବଳ ବିଲ୍ଡର ଶିଶିର ଦାସଙ୍କୁ ଜାମିନ ମିଳିଛି। ଅନ୍ୟପଟରେ ସିବିଆଇର ୯ ଦିନିଆ ରିମାଣ୍ଡ ଆବେଦନ ଖାରଜ ହୋଇଛି।  ଆଜି ଚର୍ଚ୍ଚିତ ମିଶ୍ର, ଦେବପ୍ରିୟ ମହାନ୍ତି, ଶିଶିର ଦାସଙ୍କ ଜାମିନ ଆବେଦନ ଶୁଣାଣି ସରିଛି । ରାୟ ସଂରକ୍ଷିତ ରହିଛି । ସମସ୍ତ ୭ ଅଭିଯୁକ୍ତଙ୍କୁ ଆଉ ଥରେ ୯ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟଙ୍କ ନିକଟରେ ଆବେଦନ କରିଛି । ଏହି ଆବେଦନ ବିଚାରାଧୀନ ରହିଛି । ସମସ୍ତ ଅଭିଯୁକ୍ତଙ୍କ ଭଏଏସ୍ ସାମ୍ପୁଲ ଟେଷ୍ଟ ଓ ଅନ୍ୟାନ୍ୟ ତଦନ୍ତ ପାଇଁ ରିମାଣ୍ଡ ଦରକାର ବୋଲି ସିବିଆଇ ଯୁକ୍ତି ବାଢ଼ିଛି । ଏହି ମାମଲାରେ ମହିମା ମିଶ୍ରଙ୍କ କଟକ ଘର, ଅଫିସ ସହିତ ପାରାଦୀପ  ଓ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରିଥିଲା ସିବିଆଇ । ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ।

Leave A Reply

Your email address will not be published.