Jai Odisha
News

ଶୀତରେ ଥରୁଛି ସାରା ରାଜ୍ୟ:କିଛି ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୮।୧: ଶୀତରେ ଥରୁଛି ସାରା ରାଜ୍ୟ । ରାଜ୍ୟରେ ଅଧିକାଂଶ ଜିଲା ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଶୀତ ଥରାଇବ ବୋଲି   ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବ। ତେଣୁ ଶନିବାର ଏବଂ ରବିବାର କିଛି ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ରବିବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅନୁଗୋଳ,ଢେଙ୍କାନାଳ,ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲାରେ ଶୀତର ଲହରୀ ଅନୁଭୂତ ହେବ। ତେଣୁ ଏସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ପ୍ରବଳ ଶୀତ ଲହରୀଅନୁଭୂତ ହେବାର ସମ୍ଭାବନା ରହିଛି ।  ରାଜ୍ୟର ୨୦ଟିସହରରେ ତାପମାତ୍ର ୧୦ ଡିଗ୍ରୀ ହୋଇଛି ।

Leave A Reply

Your email address will not be published.