Jai Odisha
News

ଶୀତ ଋତୁରେ ଭୁବନେଶ୍ୱରରେ ଅନୁଭୂତ ହେଉଛି ଗରମ

ଭୁବନେଶ୍ୱର: ଶୀତ ଋତୁରେ ଅନୁଭୂତ ହେଉଛି ଗରମ । ରାଜଧାନୀ ଭୁବନେଶ୍ୱରରେ ପାରଦ ଉପର ମୁହାଁ ହୋଇଛି । ରାତିର ତାପମାତ୍ର ବୃଦ୍ଧି ପାଇଥିବା ବେଳେ ସାମାନ୍ୟ ଗରମ ମଧ୍ୟ ଅନୁଭୂତ ହୋଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ଏପରି ହୋଇଥିବା ପାଣିପାଗ ବିଶେଷଜ୍ଞ ମତ ରଖିଛନ୍ତି । ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ରାତିର ତାପମାତ୍ରା ୧୯.୮ ଡିଗ୍ରୀ ରେକର୍ଡ ହୋଇଛି ।

ବର୍ତ୍ତମାନ ସ୍ୱାଭାବିକ ତାପମାତ୍ରା ଠାରୁ ରାତିର ତାପମାତ୍ରା ଯଥାକ୍ରମେ ୬.୧ ଡିଗ୍ରୀ ଏବଂ ୫.୨ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ସେହିପରି ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ଲାଗି ରହୁଛି । ବିଶେଷ କରି ଗୋପାଳପୁଳ, କଟକ, ଅନୁଗୁଳ ଓ ବାରିବନାରେ ଘନକୁହୁଡ଼ି ଦେଖା ଦେଇଛି । ରାଜ୍ୟରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ କୁହୁଡି ହେବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଅନ୍ୟପଟେ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବାହ କରିବା ହେତୁ ଶୀତ ଉଭାନ ହୋଇଛି। ରାତି ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

Leave A Reply

Your email address will not be published.