Jai Odisha
News

ଶେଷ ପର୍ଯ୍ୟାୟରେ ଭାରତ ଯୋଡୋ ଯାତ୍ରା, ସଭିଁଙ୍କ ମୁହଁରେ ଯାତ୍ରାର ପ୍ରସଂଶା

ନୂଆଦିଲ୍ଲୀ,୨୯।୧:   ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଓଡିଶା ପରିବର୍ତନ ଯାତ୍ରାର ସମାପ୍ତ ହୋଇଛି। ଏନେଇ ପିସିସି ସଭାପତି ଶରତ ପଟନାୟକଙ୍କ ସମେତ କଂଗ୍ରେସସ ବିଧାୟକ ସୁର ରାଉତରାୟ , ବହୁ ବରିଷ୍ଠ ନେତା ଭୁବନେଶ୍ୱର ରେ ହୋଇଥିବା ପଦଯାତ୍ରା ରେ ସାମିଲ ହୋଇଥିଲେ ଆଉ ଚାଲି ଥିଲେ । ରାହୁଲ ଗାନ୍ଧୀ ଭାରତକୁ ଏକଜୁଟ କରିବା ତଥା ଏକତ୍ରିତ ହୋଇ ଆମ ଦେଶକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ କରିଥିଲେ ଭାରତ ଯୋଡୋ ଯାତ୍ରା। ଯାହା ୧୨ ଟି ରାଜ୍ୟ ଦେଇ ଜମ୍ମୁ କାଶ୍ମୀରରେ ଶେଷ ହେବ। ଯାହା ପ୍ରାୟ ୩୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ।  ରବିବାର କଂଗ୍ରେସର ଭାରତ ଯୋଡା ଯୋଡୋ ପାଇଁ ଏକ ବଡ଼ ଦିନ। ଆଜି ମଧ୍ୟାହ୍ନ ୧୨ ଟାରେ ରାହୁଲ ଗାନ୍ଧୀ ଶ୍ରୀନଗରର ଐତିହାସିକ ଲାଲଚୌକ ତ୍ରିରଙ୍ଗା ଉଢାଇବେ। ଏହା ପରେ ସେ ଅପରାହ୍ନ ୨ ଟାରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଭାରତ ଯୋଡୋ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ଅଛି। ଏହା ଜାନୁଆରୀ ୩୦ ରେ ଶ୍ରୀନଗରରେ ଶେଷ ହେବ ।

Leave A Reply

Your email address will not be published.