Jai Odisha
News

ଶେଷ ବଲ୍‌ରେ ଆୟରର୍ଲାଣ୍ଡକୁ ୪ରନ୍‌ରେ ପରାସ୍ତ କଲା ଭାରତ,

ମୁମ୍ବାଇ ,୨୯।୦୬ :   ଶେଷ  ଓଭରରେ ମ୍ୟାଚ୍‌ ଜିତିଲା ଭାରତ । ଟିମ୍ ଇଣ୍ଡିଆ ମଙ୍ଗଳବାର ଆୟରଲାଣ୍ଡକୁ ତା’ର ମାଟିରେ ୪ ରନ୍‌ରେ ପରାସ୍ତ କରିଛି । ଭାରତୀୟ ଟିମ୍ ୨ ମ୍ୟାଚର ଶୃଙ୍ଖଳାକୁ ୨-୦ରେ ଜିତିଛି ।ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହା ପରେ ଦୀପକ ହୁଡ୍ଡା ୫୫ଟି ବଲ୍‌ରେ ଶତକ ମାରିଥିଲେ । ସେ ମୋଟ ୫୭ଟି ବଲ୍ ଖେଳି ୧୦୪ ରନ୍ କରିଥିଲେ । ଏଥିରେ ୬ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଏହା ବ୍ୟତୀତ ସଂଜୁ ସାମସନ ୪୨ଟି ବଲ୍ ଖେଳି ୭୭ ରନ୍ କରିଥିଲେ । ଏଥିରେ ୪ଟି ଛକା ଓ ୯ଟି ଚୌକା ସାମିଲ ଥିଲା । ଫଳରେ ଭାରତ ୭ ୱିକେଟ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲା । ଆୟରଲାଣ୍ଡ ୨୨୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଆରମ୍ଭରୁ ଭଲ ଖେଳିଥିଲା । ଦଳ ୫ଟି ୱିକେଟ ହରାଇ ୨୨୧ ରନ୍ ସଂଗ୍ରହ କରିଥିଲା । ଶେଷରେ ୧୯ ଓଭର ସୁଦ୍ଧା ୫ ଓ୍ୱିକେଟ ହରାଇ ୨୨୧ ରନ୍‌ ସଂଗ୍ରହ କରିଥିଲା । ପଲ ଷ୍ଟର୍ଲିଂଗ ଓ ଆଣ୍ଡ୍ର‌୍ୟୁ ବଲବର୍ନୀ ପାଳି ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ପାଇଁ ଏହି ୨ ଖେଳାଳି ୭୨ ରନ୍ କରିଥିଲେ । ଆୟରଲାଣ୍ଡ ୭୩ ରନ୍‌ରେ ୨ୟ ଓ ୧୧୭ ରନ୍‌ରେ ୩ୟ ୱିକେଟ ହରାଇଥିଲା । ଦଳର ଖେଳାଳିମାନେ ସଂଘର୍ଷ କରିଥିଲେ । ବଲବର୍ନୀ ୩୭ଟି ବଲ୍ ଖେଳି ୬୦ ରନ୍ ସଂଗ୍ରହ କରିଥିଲେ । ଏଥିରେ ସେ ୩ଟି ଚୌକା ଓ ୭ଟି ଛକା ମାରିଥିଲେ । ଭାରତ ପାଇଁ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଶ୍ନୋୟୀ ଓ ଉମ୍ରାନ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

 

Leave A Reply

Your email address will not be published.