Jai Odisha
News

ଶୈବପୀଠମାନଙ୍କରେ ନିଷେଧ ହେଲା ଗଞ୍ଜେଇ

ଭୁବନେଶ୍ୱର,୨୩।୫:  ଶୈବପୀଠରେ ଗଞ୍ଜେଇର ଅପବ୍ୟବହାର ଉପରେ ରୋକ ଲାଗିବ। ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ମଙ୍ଗଳବାର ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଚିଠି ଲେଖିଛି। ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖି ପଦକ୍ଷେପ ପାଇଁ କହିଛନ୍ତି। ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡିଶାର ସମସ୍ତ ଶୈବପୀଠରେ ଗଞ୍ଜେଇ ବ୍ୟାନ ପାଇଁ ଚିଠି ଲେଖାଯାଇଛି।

Leave A Reply

Your email address will not be published.