Jai Odisha
News

ଶୌଚ ପାଇଁ ଯାଇଥିବା ବେଳେ ବ୍ୟକ୍ତିଙ୍କୁ ଟାଣି ନେଲା  କୁମ୍ଭୀର

କେନ୍ଦ୍ରାପଡ଼ା, ୨୮।୭:ଶୌଚ ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଛି କୁମ୍ଭୀର। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ପେଣ୍ଠପାଳ ପଞ୍ଚାୟତରେ।ଗତକାଲି ସନ୍ଧ୍ୟାରେ କୂଳସାହି ଗାଁର ଅମୁଲ୍ୟ ଦାସ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ଶୌଚ ହେବା ସମୟରେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ନଦୀ ତୁଠରେ ତାଙ୍କ ଜୋତା ପଡ଼ିଛି। ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ବୃଦ୍ଧଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। କେନ୍ଦ୍ରାପଡ଼ାରେ ୪ ଜଣଙ୍କ ଜୀବନ ନେଲାଣି କୁମ୍ଭୀର। ଜୁନ୍‌ ୨୯ ତାରିଖ ଦିନ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିଲା। ସେହିପରି ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର। ସେହିଭଳି ଗତ ୨୨ ତାରିଖରେ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା। ଆଜି ପୁଣି ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେବା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି। ହେଲେ ବାରମ୍ବାର ବାରମ୍ବାର ଏପରି ଘଟଣା ଘଟୁଥିବା ସତ୍ତ୍ୱେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇ ନାହିଁ। ଏହାସହ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Leave A Reply

Your email address will not be published.