Jai Odisha
News

ଶ୍ରୀଜଗନ୍ନାଥଙ୍କ ପୀଠରେ ହବିଷ୍ୟାଳିଙ୍କୁ ପ୍ରଶାସନିକ ସେବା ପାଇଁ ପଞ୍ଜୀକରଣ ଆରମ୍ଭ

 

ପୁରୀ,୧୧/୦୯:ରାଜ୍ୟରେ ୧୩ରୁ ୨୯ ତାରିଖ ଚାଲିବ ହବିଷ୍ୟାଳି ପଞ୍ଜୀକରଣ| ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୀଠରେ ହବିଷ୍ୟାଳିଙ୍କୁ ପ୍ରଶାସନିକ ସେବା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଅଫିସରେ ଆସନ୍ତା ୧୩ ତାରିଖରୁ ଏହି ପଞ୍ଜୀକରଣ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନୂତନ କୋଠା ବୃନ୍ଦାବତୀ ନିବାସରେ ଚଳିତ ବର୍ଷ ହବିଷ୍ୟାଳିମାନେ ମାଗଣା ରହିବା ବ୍ୟବସ୍ଥା କରାଯାଇଛି । ମାଗଣା ରହଣି, ମହାପ୍ରସାଦ, ଚିକିତ୍ସା ସେବା ତଥା ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ପରିବହନ ସେବା ଆଦି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିବ ବୋଲି ସୂଚନା ଦିଆଯାଇଛି । ଦୁଇ ହଜାରରୁ ଅଧିକ ହବିଷ୍ୟାଳିଙ୍କ ପାଇଁ ରହିଣି ବ୍ୟବସ୍ଥା ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ ସମ୍ମୁଖ ଏହି କୋଠାରେ କରାଯାଇଛି ।

 

Leave A Reply

Your email address will not be published.