Jai Odisha
News

ଶ୍ରୀମନ୍ଦିରରେ ନୀତି ବିଳମ୍ବ ,ଗତକାଲିର ନୀତି ଆଜି ସମାପନ

ପୁରୀ,୨୭ା୧: ଶ୍ରୀମନ୍ଦିରରେ ନୀତିରେ ମହାବିଳମ୍ବ। ଗତକାଲିର ନୀତି ଆଜି ସମାପନ ହୋଇଛି। ଶ୍ରୀମନ୍ଦିର ପହୁଡ଼ ଆଜି ସକାଳେ ହୋଇଛି।ଗତକାଲିର ନୀତି ଆଜି ସମାପନ ହେବାରୁ ଆଜି ଭୋର ୫ଟା ସମୟରେ ହୋଇଛି ପହୁଡ। ସ୍ୱାଭାବିକ ଭାବେ ପହୁଡ଼ ଦୈନିକ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତି ପୂଜା ଏବଂ ଚାଚେରି ପାଇଁ ଏହି ବିଳମ୍ବ ହୋଇଛି।  ଏନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଭୋର୍‌ ୫ଟା ୫ମିନିଟ୍‌ରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବାରୁ ସକାଳ ୭ଟାରେ ସିଂହଦ୍ୱାର ଖୋଲିଥିଲା। ଯେଉଁଥିପାଇଁ ଭକ୍ତମାନେ ମଙ୍ଗଳ ଆଳତି ଦେଖିବାରେ ବିଳମ୍ବ ହୋଇଥିଲା।  ତେବେ ଖବର ମୁତାବକ   ହିଁ। ସିଂହଦ୍ୱାର ଖୋଲିବାର ପ୍ରାୟ ଦେଢ ଘଣ୍ଟାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥାଏ। ଏହାପରେ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।ତେବେ ଆଜି ମଧ୍ୟ ଶ୍ରୀମନ୍ଦିର ନୀତି ବିଳମ୍ବ ହେବା ନେଇ ଆଶଙ୍କା କରାଯାଉଛି। କାରଣ ମଙ୍ଗଳ ଆଳିତ ହେବା ପରେ ହିଁ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ତେବେ ଦର୍ଶନ ବିଳମ୍ବ ହେବା କାରଣରୁ ମନ୍ଦିର ବାହାରେ ଏବଂ ଭିତରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।

Leave A Reply

Your email address will not be published.