Jai Odisha
News

ଶ୍ରୀମନ୍ଦିରରେ ନୀତି ବିଳମ୍ବ, ବଡଦାଣ୍ଡରେ ଛଟପଟ ଭକ୍ତ

ପୁରୀ ,୨୦ା୫: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି  ବିଳମ୍ବିତ  , ବଡଦାଣ୍ଡରେ ଛଟପଟ ଭକ୍ତ। ଦୀର୍ଘଘଣ୍ଟାର ବିଳମ୍ବ ପରେ ଜୟବିଜୟ ଦ୍ୱାର ଖୋଲିଛି । ଜଗା ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ହେଲା ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନେ ଅପେକ୍ଷାରେ ଅଛନ୍ତି । ସୂଚନା ଅନୁଯାୟୀ, ପୁରୀ ବଡ ଦେଉଳରେ ପୁଣିଥରେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ହୋଇଛି । ଏନେଇ ଭକ୍ତମାନେ ବାହାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାସ୍ଥଳରେ ନୀତି ବିଳମ୍ବକୁ ନେଇ ଏସପି ଅନୁଧ୍ୟାନ କରୁଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପାଇଁ ଅନେକ ସେବାୟତ ରହିଛନ୍ତି, ହେଲେ ବାରମ୍ବାର ମହାପ୍ରଭୁଙ୍କ ଏପରି ନୀତି ବିଳମ୍ବ ଘଟଣା କାହିଁକି ହେଉଛି, ସେନେଇ ଏସପି ଅନୁଧ୍ୟାନ କରୁଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବାହାରୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ବାହାରେ ଅପେକ୍ଷା କରୁଛନ୍ତି । ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ପରେ ଭକ୍ତଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହୋଇଛି। ଭକ୍ତମାନଙ୍କୁ ପ୍ରଶାସନ ଦର୍ଶନ ପାଇଁ ଡହଡହ ଖରାରେ ସିଝିବାକୁ ବାଧ୍ୟ କରୁଛି। ଏଥିପାଇଁ ପ୍ରତିଦିନ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡ଼ି ଲାଗୁଛି। ସେପଟେ ମୁଣ୍ଡଫଟା ଖରାରେ ପାଦ, ‌ଦେହ ସିଝି ଯାଉଥିଲେ ବି ପ୍ରଶାସନର ଏକଚାଟିଆ ନୀତି ଆଗରେ ଶ୍ରଦ୍ଧାଳୁ ନିରବ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି, ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଅଧିକ କଷ୍ଟ ପାଉଛନ୍ତି ପୁରୀ ସହରବାସୀ। ଚାରିଦ୍ବାର ଦର୍ଶନ ବନ୍ଦ ପରେ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରୁଥିବା ପୁରୀ ସହରବାସୀ ଏହି ସୌଭାଗ୍ୟରୁ ବଞ୍ଚିତ ହେଉଛନ୍ତି।

 

Leave A Reply

Your email address will not be published.