Jai Odisha
News

ଶ୍ରୀମନ୍ଦିରରେ ବେଣ୍ଟଯାତ୍ରା

ପୁରୀ,୬/୨ : ପ୍ରଭୁ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଶନିବାର ଦିନ ସୁସଜ୍ଜିତ ବିମାନରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜଗନ୍ନାଥ ବଲ୍ଲଭରେ ପହଞ୍ଚିବା ପରେ ବେଣ୍ଟବିନ୍ଧା ନୀତି ସମ୍ପନ୍ନ ହୋଇଛି। ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ଏହା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନ ଗମନ ସମୟର କଥା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଭାବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ବେଣ୍ଟ ପୋଖରୀ ନିକଟକୁ ନିଆଯାଇଥିଲା। ସେଠାରେ ପ୍ରଭୁ ରାମଚନ୍ଦ୍ର ବେଣ୍ଟ ଶିକାର କରିଥିଲେ। ବେଣ୍ଟ ପୋଖରୀରେ ମିରିଗ ଭାବେ ପଇଡ଼ ଓ କସ୍ତୁରୀ ପୁଡ଼ିଆ ରଖାଯାଇଥିଲା। ପ୍ରଭୁ ରାମଚନ୍ଦ୍ରଙ୍କ ତୀର ସଂଯୋଗ ପୂର୍ବକ ବେଣ୍ଟ ବିନ୍ଧା ଓ ବେଣ୍ଟ ଶିକାର ନୀତି ସମ୍ପନ୍ନ ହୋଇଥିଲା

Leave A Reply

Your email address will not be published.