Jai Odisha
News

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ପୁରୀ,୨୫।୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଓଡ଼ିଶା ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି । ଏଥିସହ ମୁଖ୍ୟ ଶାସନ ସଚିବ ଓ ଆଇନ୍‍ ସଚିବଙ୍କୁ ଏ ପ୍ରସଙ୍ଗକୁ ନେଇ ହାଇକୋର୍ଟ ନୋଟିସ୍‍ ଜାରି କରିଛନ୍ତି ।ତେବେ ରତ୍ନଭଣ୍ଡାର ଚାବି ହଜିବା ନେଇ ତଦନ୍ତ କମିଶନ ଗଠନ ହୋଇଥିଲା । କମିଶନଙ୍କ ରିପୋର୍ଟ ସାର୍ବଜନିନ କରିବାକୁ ଆବେଦନକୁ ବିଚାରକରି ହାଇକୋର୍ଟ ଏହି ନୋଟିସ୍‍ ଦେଇଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ କଲେ ହାଇକୋର୍ଟ । ଖୁବଶୀଘ୍ର ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ କରାଯାଇଛି । ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ଦେଇଛନ୍ତି । କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ଉପରେ ନୋଟିସ ହୋଇଛି । ଜୁଲାଇ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.