Jai Odisha
News

ଶ୍ରୀମନ୍ଦିର ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେବ ଚଉଡା ରାସ୍ତା, ଭଙ୍ଗା ହେବ ଘର ,ଦୋକାନ ଆଉ ବଜାର

ପୁରୀ,୦ ୮/ ୦୯: ଶ୍ରୀମନ୍ଦିର କରିଡରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ସୌନ୍ଦର୍ଯୀକରଣ କରାଯିବ । ଶ୍ରୀକ୍ଷେତ୍ରରେ ହେବ ପ୍ରଶସ୍ତିକରଣ ପ୍ରକ୍ରିୟା । ଉଠିବ ସବୁ ମଠ, ପୁଣି ଭଙ୍ଗା ହେବାକୁ ଯାଉଛି ଘର ଆଉ ଦୋକାନ, ବଜାର । ଶ୍ରୀମନ୍ଦିର ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ହେବ ଚଉଡା ରାସ୍ତା । ୪୦ ଫୁଟ୍ ଚଉଡ଼ା ହେବ ବାଲିସାହି-ସମୁଦ୍ରକୂଳ ରାସ୍ତା । ଏଥିପାଇଁ କାକୁଡ଼ିଖାଇ ଛକରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ମଠ, ଘର ଓ ଦୋକାନ ଉଚ୍ଛେଦ କରାଯିବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟ ଆଲୋଚନା  ସାରିଛି ।  ଅଞ୍ଚଳବାସୀ ୩୦ ଫୁଟ୍ ଭିତରେ ରାସ୍ତା ପ୍ରଶସ୍ତିକରଣ ସୀମିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଯଦି ଏଥିରେ ବ୍ୟତିକ୍ରମ ଘଟେ, ତାହାଲେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ । ସେପଟେ ରାସ୍ତା ପ୍ରଶସ୍ତିକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି ଏବଂ କାମ ଖୁବଶୀଘ୍ର ଆଗେଇବ ବୋଲି କହିଛନ୍ତି ଜିଲ୍ଲାପାଳ ।

 

Leave A Reply

Your email address will not be published.