Jai Odisha
News

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେଲା ଜିଲ୍ଲା ସଂଚାଳନ ସମିତି,ସଭାପତି ହେଲେ ଜୟନ୍ତ ପାତ୍ର

ନବରଙ୍ଗପୁର,  ୩୦/୦୫:-ବିଶ୍ବହିନ୍ଦୁ ପରିଷଦ  ଜିଲ୍ଲା ସଂଯୋଜକ ବାଳକୃଷ୍ଣ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଭିନ୍ନ ହିନ୍ଦୁ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ଉମରକୋଟ ଶିଶୁ ମନ୍ଦିର ଠାରେ ଏକତ୍ରିତ ହୋଇ ପୁରୀ ଜଗନ୍ନାଥ ମନ୍ଦିର ର ସୁରକ୍ଷା ପାଇଁ ସଂଚାଳନ ସମିତି ଗଠନ କରିଛନ୍ତି। ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ସଭାପତି କୃପାରାମ ସାହୁ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁନିଲ ବେହେରା ଙ୍କ ଉପସ୍ଥିତି ରେ ସଂଚାଳନ ସମିତି ର ସଭାପତି ଭାବରେ ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ଙ୍କୁ, ଉପସଭାପତି ଭାବରେ ମନୋଜ ଶର୍ମା ଙ୍କୁ , ସଂପାଦକ ଭାବେ ସତ୍ୟବ୍ରତ ସାମଲ ଓ ଯୁଗ୍ମ ସଂପାଦକ ଭାବେ ସର୍ବେଶ୍ଵର ପାତ୍ର ଙ୍କୁ, ରାମକୃଷ୍ଣ ନାୟକଙ୍କୁ ଆଇନ ପରାମର୍ଶଦାତା, ପ୍ରଭାତୀ ଦେବନାଥ ଙ୍କୁ ମହିଳା ପ୍ରମୁଖ, ଅଶୋକ ପାତ୍ର ଙ୍କୁ ପ୍ରଚାର ପ୍ରମୁଖ ଦାୟିତ୍ଵ ପ୍ରଦାନ କରାଯାଇଛି। ଏହି ବୈଠକରେ ସୁବାଷ ବିଷୋୟୀ, ଦିବାକର ମହାନ୍ତି, ରାଜୁ ଦାସ, ରମେଶ କୁମାର ଦୋରା,ମହେଶ କୁମାର ପାତ୍ର, ମିଲୁ ପଣ୍ଡା, ଜିଲ୍ଲା ଯୁବ ହିନ୍ଦୁ ମହାସଂଘ କାର୍ଯ୍ୟକାରୀ ସଭାପତି ଗଣେଶ ରାୟ, ସଙ୍ଗୀତା ସରକାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶ୍ବହିନ୍ଦୁ ପରିଷଦ, ହିନ୍ଦୁ ମହାସଂଘ, ବଜରଙ୍ଗଦଳ, ଦେବ ସେନା ,ଗୋ ସୁରକ୍ଷା ସମିତି ତଥା ବିଭିନ୍ନ ହିନ୍ଦୁ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ଆଗାମୀ ଜୁନ୍ ୫ତାରିଖରୁ ଧର୍ମ ରକ୍ଷା ଓ ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ଆନ୍ଦୋଳନ କୁ ତିବ୍ର କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।

Leave A Reply

Your email address will not be published.