Jai Odisha
News

ଶ୍ରୀଲଙ୍କାକୁ ୨ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ,୩।୧  : ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୨ ରନରେ ହରାଇଦେଇଛି ଭାରତ । ଭାରତ ଦ୍ବାରା ରଖାଯାଇଥିବା ୧୬୩ ରନ ଜବାବରେ ଶ୍ରୀଲଙ୍କା ୧୬୦ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦାସୁନ ସନକା ୪୫ ରନ, କୁଶଲ ମେଣ୍ଡିସ ୨୮ରନ ଓ ଚମିକା କରୁଣାରତ୍ନେ ୨୩ରନ କରିଥିଲେ । ଭାରତ ପକ୍ଷରୁ ଶିବମ ମାଭି ୪ଟି, ଉମରାନ ମଲ୍ଲିକ ଓ ହର୍ସଲ ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକରେଟ ହରାଇ ୧୬୨  ରନ କରିଥିଲା । ଭାରତ ପକ୍ଷରୁ ଓପନର ଇଶାନ କିଷନ ୩୭ରନର ଏକ ବିସ୍ଫୋରକ ପାଳି ଖେଳିଥିବାବେଳେ ଅନ୍ୟତମ ଓପନର ଶୁଭମନ ଗିଲ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ସେହିପରି ସୂର୍ଯ୍ୟକୁମାର ଓ ସଂଜୁ ସାମସନ ମଧ୍ୟ ଯଥାକ୍ରମେ ୭ ରନ ଓ ୫ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୯ ରନ କରିଥିଲେ । ତେବେ ଶେଷ ବେଳକୁ ଦୀପକ ହୁଦା ଓ ଅକ୍ଷର ପଟେଲ ଏକ ଭଲ ପାର୍ଟନରସିପ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । ଦୀପକ ୪୦ ରନ କରିଥିବାବେଳେ ଅକ୍ଷର ୩୧ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁଶଙ୍କା, ଚମିକା କରୁଣାରତ୍ନେ, ମହିସ ତିକସନା,ଓ୍ବାନିଣ୍ଡୁ ହସରଙ୍ଗା ଓ ଧନଞ୍ଜୟ ଡିସିଲଭା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.