Jai Odisha
News

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମ ସିଂଘେ

କଲମ୍ବୋ ,୧୫।୦୭:  ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମ ସିଂଘେ। ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି ।ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଦେଶ ଛାଡି ପ୍ରଥମେ ମାଳଦ୍ୱୀପ ପଳାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ଗୁରୁବାର ଦିନ ସିଙ୍ଗାପୁର ଅଭିମୁଖେ ବାହାରିଥିଲେ ।  ଗୋଟବାୟାଙ୍କ ଇସ୍ତଫା ମଞ୍ଜୁର ପରେ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ।   ଏବେ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଦେଶର କାମଚଳା ରାଷ୍ଟ୍ରପତି ଭାବେ ରାନିଲ୍‌ ବିକ୍ରମ ସିଂଘେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କାର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ।

Leave A Reply

Your email address will not be published.