Jai Odisha
News

ଷ୍ଟାଡିୟମରେ କୁକୁର ବୁଲାଇ ଟ୍ରାନ୍ସଫର ହେଲେ IAS ଦମ୍ପତି

ନୂଆଦିଲ୍ଲୀ,୨୭/୦୫: ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସଏସଙ୍କ ମହଙ୍ଗା ପଡ଼ିଛି । ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ପତି-ପତ୍ନୀଙ୍କୁ ଗୁରୁବାର ବଦଳି କରିଦିଆଯାଇଛି । ଆଇଏଏସ ସଞ୍ଜୀବ ଖିରବାରଙ୍କୁ ଲଦାଖ ବଦଳି କରଯାଇଥିବାବେଳେ ତାଙ୍କ ପତ୍ନୀ ରିଙ୍କୁ ଧୁଗ୍ଗାଙ୍କ ଅରୁଣାଞ୍ଚଳ ପ୍ରଦେଶ ବଦଳି କରାଯାଇଛି । ଏହି ମାମଲାରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିଲେ । ଆଉ ରିପୋର୍ଟ ଅନୂଯାୟୀ  କାର୍ଯ୍ୟାନୁଷ୍ଠାନ ନିଅଯାଇଥିଲା ।  ଉଭୟଙ୍କୁ ଗୁରୁବାର ବଦଳି କରାଯାଇଛି । ଆଇଏଏସ୍‌ ସଞ୍ଜୀବ ଖିରୱାରଙ୍କୁ ଲଦାଖ ଓ ପତ୍ନୀ ରିଙ୍କୁ ଧୁଗ୍‌ଗାଙ୍କୁ ଅରୁଣାଚଳ ପ୍ରଦେଶ ବଦଳି କରାଯାଇଛି । ଏହି ମାମଲାରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ସଚିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିଛନ୍ତି । ସେପଟେ ଦିଲ୍ଲୀର କେଜରିୱାଲ ସରକାର ରାଜ୍ୟର ସବୁ ଷ୍ଟାଡିୟମ୍‌କୁ ରାତି ୧୦ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସଞ୍ଜୀବ ଦିଲ୍ଲୀର ରାଜସ୍ୱ ସଚିବ ପଦରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀର ସମସ୍ତ ଜିଲ୍ଲାପାଳ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ସଞ୍ଜୀବ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଥିଲା । ଏହା ମୁତାବକ, ତ୍ୟାଗରାଜ ଷ୍ଟାଡିୟମ୍‌ରୁ ପ୍ରତିଦିନ ସନ୍ଧ୍ୟା ୭ଟାରେ ଖେଳାଳି ଓ କୋଚ୍‌ମାନଙ୍କୁ ବାହାର କରାଯାଉଥିଲା । କାରଣ ଏହି ସମୟରେ ଆଇଏଏସ୍‌ ସଞ୍ଜୀବ ଓ ତାଙ୍କ ପତ୍ନୀ ପୋଷା କୁକୁର ଧରି ଷ୍ଟାଡିୟମ୍‌ରେ ପ୍ରବେଶ କରୁଥିଲେ। ସେମାନେ କୁକୁର ସହ ଷ୍ଟାଡିୟମ୍‌ରେ ଚାଲୁଥିଲେ । ଏହି ମାମଲାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଜଣେ କୋଚ୍‌ଙ୍କ ଅଭିଯୋଗ ମୁତାବକ ସେମାନେ ପୂର୍ବରୁ ପ୍ରତିଦିନ ରାତି ୮-୮.୩୦ ପର୍ଯ୍ୟନ୍ତ ପିଲାଙ୍କୁ ତାଲିମ ଦେଉଥିଲେ । କିନ୍ତୁ କିଛିଦିନ ହେବ ସେମାନଙ୍କୁ ସନ୍ଧ୍ୟା ୭ଟା ସୁଦ୍ଧା ଷ୍ଟାଡିୟମ୍‌ ଖାଲି କରିବାକୁ କୁହାଯାଇଥିଲା । ସାଢ଼େ ୬ଟାରେ ହୁଇସିଲ୍‌ ବାଜିବା ପରେ ସେମାନେ ଷ୍ଟାଡିୟମ୍‌ ଛାଡ଼ିବାକୁ ପ୍ରସ୍ତୁତ ହେଉଥିଲେ । ସାଢ଼େ ୭ଟାରେ ଆଇଏଏସ୍‌ ଦମ୍ପତି ଆସୁଥିଲେ । ଏହାଯୋଗୁ ପିଲାଙ୍କର ତାଲିମ ପ୍ରଭାବିତ ହୋଇଥିଲା । ସେମାନଙ୍କ କୁକୁର ଷ୍ଟାଡିୟମ୍‌ ସାରା ବୁଲୁଥିବାର ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି । ଆଇଏଏସ୍‌ ଦମ୍ପତିଙ୍କ ଏଭଳି କାର୍ଯ୍ୟ ଯୋଗୁ ସ୍ଥାନୀୟ ଆଥ୍‌ଲେଟ୍‌ ଓ କୋଚ୍‌ମାନେ ନିରାଶ ହେଉଥିଲେ । କିନ୍ତୁ କେହି ମୁହଁ ଖୋଲିବାକୁ ସାହସ କରୁ ନ ଥିଲେ । କିଛିଦିନ ଧରି ଏହା ଚାଲିଥିଲା । ତେବେ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେପଟେ ଦିଲ୍ଲୀ ସରକାର ସବୁ ଖେଳ ଷ୍ଟାଡିୟମ୍‌କୁ ରାତି ୧୦ଟା ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଖେଳିବା ଲାଗି ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଆଇଏଏସ୍‌ ସଞ୍ଜୀବ ଖିରୱାର ନିଜ ଉପରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ବେଳେବେଳେ କୁକୁରକୁ ନେଇ ଷ୍ଟାଡିୟମ୍‌ ମଧ୍ୟକୁ ବୁଲିବାକୁ ଯାଉଥିଲେ । କିନ୍ତୁ ଖେଳାଳିଙ୍କୁ ଅଭ୍ୟାସ କରିବାରୁ ରୋକୁ ନ ଥିଲେ । ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ଥିବା ତ୍ୟାଗରାଜ ଷ୍ଟାଡିୟମ୍‌ ୨୦୧୦ରେ କମନ୍‌ୱେଲ୍‌ଥ ଗେମ୍‌ସ ପାଇଁ ପ୍ରସ୍ତୁତ ହୋଇଥିଲା ।

Leave A Reply

Your email address will not be published.